ଅନୁ ଗର୍ଗ ଉନ୍ନୟନ କମିଶନର ନିଯୁକ୍ତ

23

ଆଇଏଏସସ୍ତରରେ ଅଦଳବଦଳ ହୋଇଛି । ୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ଅନୁଗର୍ଗ ହେଲେ ଉନ୍ନୟନ କମିଶନର । ରାଜ୍ୟରେ ପ୍ରଥମ ଥର ଲାଗି ଜଣେ ମହିଳା ଅଧିକାରୀ ଉନ୍ନୟନ କମିଶନର ହେବାକୁ ଯାଉଛନ୍ତି। ଅତିରିକ୍ତ ଭାବେ ସେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରିବେ । ବର୍ତ୍ତମାନ ସେ ସେହି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱରେ ଥିଲେ । ସେହିପରି ନୂଆ ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ କୁମାର ଜେନାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସେ ମୁଖ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ । ଅନ୍ୟପଟେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ର ନୂଆ ଅଧ୍ୟକ୍ଷ ହେବେ ବୋଲି ଜଣାପଡ଼ିଛି।

Comments are closed, but trackbacks and pingbacks are open.