ସୁନ୍ଦର ତ୍ୱଚା ପାଇଁ ଲଗାନ୍ତୁ କଞ୍ଚାକ୍ଷୀର

15

ପ୍ରତ୍ୟକ ମଣିଷ ନିଜକୁ ସୁନ୍ଦର ଦେଖାଯିବାକୁ ଚେଷ୍ଟା କରିଥାନ୍ତି I ସେଥିପାଇଁ ବଜାରରେ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ଉପଲବ୍ଧ ହେଲାଣି I ମାତ୍ର ବେଳେ ବେଳେ ଏ ସବୁ ସାମଗ୍ରୀ ତ୍ୱଚା ଉପର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇଥାଏ I ତେଣୁ ଆମେ କିଛି ଘରୋଇ ଉପାୟ ଅବଲମ୍ବନ କରି ତ୍ୱଚାର ଚମକ ବଢ଼ାଇ ପାରିବ Iଏହା ବ୍ୟତୀତ ପାଗର ପରିବର୍ତ୍ତନ ସହ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଶୀତ ଦିନ ଶେଷ ହୋଇ ଖରାଦିନ ଆରମ୍ଭ ହେଉଛି। ଗରମ ମଧ୍ୟ ଅନୁଭବ ହେଲାଣି। ତେବେ ଏହି ସମୟରୁ ନିଜ ତ୍ୱଚା ପାଇଁ କିଛି ଉପାୟ ଆଣାଇବା ଜରୁରୀ। ତ୍ୱଚା ପାଇଁ କଞ୍ଚା କ୍ଷୀର ଖୁବ ଲାଭଦାୟକ। ଏହା ତ୍ୱଚାରୁ ଅପରିଷ୍କାର ଜିନିଷ ବାହାର କରିବାରେ ସହାୟକ ହେବା ସହ ସୌନ୍ଦକୁ ବୃଦ୍ଧି କରି ବା ସହ ତ୍ୱଚା ରୁ ଦାଗ ସବୁ ଦୂର କରି ଉଜ୍ଜ୍ୱଳ କରିଥାଏ। ଜାଣନ୍ତୁ କିଭଳି ଏହାକୁ ବ୍ୟବହାର କରିବେ।

ପ୍ରଥମେ ଏକ ପାତ୍ରରେ କିଛି କଞ୍ଚା କ୍ଷୀର ନିଅନ୍ତୁ। ଏହାକୁ ଆଙ୍ଗୁଳିର ଟିପରେ ନେଇ ମୁହଁରେ ଲଗାଇ ଗୋଲ ଆକାରରେ ମୁହଁରେ ମାଲିସ କରନ୍ତୁ। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି। ମୁହଁକୁ ସଫା କରିବା ସହ ଏହା ସୌନ୍ଦର୍ଯ୍ୟ ବଜାୟ ରଖିଥାଏ।

ତୁଳାକୁ କଞ୍ଚା କ୍ଷୀରରେ ବୁଡାଇ ଏହାକୁ ମୁହଁରେ ଲଗାନ୍ତୁ। ଏହାକୁ ଲଗାଇ କିଛି ସମୟ ରଖି ମୁହଁ ଧୋଇ ଦିଅନ୍ତୁ।
କଞ୍ଚାକ୍ଷୀରରେ କାକୁଡି ରସ ଓ ଦହି ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖି ଦିଅନ୍ତୁ। ଏବେ ହାଲକା ମାଲିସ କରିବା ପରେ ମୁହଁ ଧୋଇ ଦିଅନ୍ତୁ। ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।

କଞ୍ଚା କ୍ଷୀରରେ ଅଳ୍ପ କେଇବୁନ୍ଦା କେମ୍ବୁ ରସ ମିଶାଇ ତ୍ୱଚା ରେ ମାଲିସ କରନ୍ତୁ ୧୫ ମିନିଟ ପରେ ତ୍ୱଚା କୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ I
ଘରେ କିଛି ମସୁର ଡାଲିକୁ ଖରାରେ ଶୁଖାଇ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ,ଏଥିରୁ ଅଧା ଚାମଚ ନେଇ କଞ୍ଚା କ୍ଷୀରରେ ମିଶାଇ ରଖନ୍ତୁ I ଏହା ବତୁରି ଗଲେ ସାରା ମୁହଁ ରେ ମାଲିସ କରନ୍ତୁ ,ଶୁଖିଗଲେ ଭଲ ଭାବରେ ଧୋଇ ନିଅନ୍ତୁ I ଏକ ମାସ ମଧ୍ୟରେ ଫରକ ଜାଣି ପାରିବେ I

ଯଦି ତ୍ୱଚା ରେ ବୟସ ଭଙ୍ଗ ବା କିଛି ଦାଗ ରହିଥାଏ ତେବେ ଜାଇଫଳ କୁ କଞ୍ଚା କ୍ଷୀରରରେ ଘୋରୀ ସେହି ପେଷ୍ଟ କୁ ମୁହଁରେ ଲାଗାନ୍ତୁ ଅଳ୍ପ ଦିନ ମଧ୍ୟରେ ଦାଗ କମିବ I
ଏହା ବାଦ ପ୍ରତିଦିନ ଗାଧୋଇବା ପୂର୍ବରୁ କଞ୍ଚା କ୍ଷୀରରେ ହଳଦୀ ମିଶାଇ ଲଗାନ୍ତୁ ତ୍ୱଚାରେ ଅପୂର୍ବ ଚମକ ଫେରି ପାଇବେ I

Comments are closed, but trackbacks and pingbacks are open.