ଆର୍ଥିକ ସମସ୍ୟା ଦୂର ପାଇଁ କରନ୍ତୁ ସୋରିଷ ର ପ୍ରୟୋଗ

17

ସାଧାରଣତ ଆମେମାନେ ରୋଷେଇ ଘରେ ସୋରିଷ ର ବ୍ୟବହାର କରିଥାଉ I ଏହି ସୋରିଷ ଦେଖିବାକୁ ଦୁଇ ପ୍ରକାର ହୋଇ ଥାଏ ଗୋଟିଏ କଳା ସୋରିଷ ଏବଂ ଆଉ ଗୋଟିଏ ହଳଦିଆ ବା ଧଳା ଏହାକୁ ରାଇ ସୋରିଷ ମଧ୍ୟ କୁହାଯାଇ ଥାଏ I କିନ୍ତୁ ଏହି ସୋରିଷ ର ଏକ ଚମତ୍କାରୀ ତୁଟୁକା ବିଷୟରେ ଆପଣ ଜାଣି ନ ଥିବେ ତେବେ ଆସନ୍ତୁ ଜାଣିବା ଏହା ର ପ୍ରୟୋଗ ବିଧି ଏହା ଦ୍ୱାରା ଅର୍ଥ ସମ୍ବନ୍ଧୀୟ ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇଥାଏ I

ହଳଦିଆ ସୋରିଷ ର ତୁଟୁକା
ଯଦି ଘରେ ଅର୍ଥ ସମ୍ବନ୍ଧୀୟ ଅଭାବ ଲାଗି ରହୁ ଥାଏ, ତେବେ ଘରେ ଚାରି କୋଣରେ କିଛି ହଳଦିଆ ସୋରିଷ ଛିଞ୍ଚନ୍ତୁ I ଏହାକୁ ଘରର ପୂଜା ସ୍ଥାନରୁ ଆରମ୍ଭ କରନ୍ତୁ I ହଳଦିଆ ସୋରିଷର ଏହି କୌଶଳ ଘରର ନକାରାତ୍ମକ ଶକ୍ତି ଦୂର କରି ଆର୍ଥିକ ସମସ୍ୟା କୁ ମଧ୍ୟ ଦୂର କରିଥାଏ I

ଗୁରୁବାର ଦିନ ଏକ ପାତ୍ରରେ କିଛି ହଳଦିଆ ସୋରିଷ ନେଇ ତାକୁ ଗଙ୍ଗା ଜଳ ଛିଂଚି ଶୋଧନ କରନ୍ତୁ I ଏହାକୁ ଶୁଦ୍ଧ କରିବା ପରେ କିଛି ସୋରିଷ କୁ ଆଳତି କର୍ପୁର ସହିତ ହଳଦିଆ ରଙ୍ଗର କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗନ୍ତୁ ଇ ଦେଖିବେ ଏହା ଆର୍ଥିକ ସମସ୍ୟା କୁ ଦୂର କରିଥାଏI

ଯଦି ଘରେ ଆର୍ଥିକ ସମସ୍ୟା ଲାଗି ରହେ, ତେବେ ଘରର ଛାତ ଉପରେ ଯାଇ କିଛି ହଳଦିଆ ସୋରିଷ କୁ ବୁଲାଇ ଆଣି ଘର ବାହାରକୁ ଫୋପାଡ଼ି ଦିଅନ୍ତୁ I ଏହି ଉପାୟ ସହିତ ପ୍ରତ୍ୟେକ ସମସ୍ୟା ଧୀରେ ଧୀରେ ସମାଧାନ ହୁଏ I

କାହାରି ଖରାପ ନଜର ରୁ ବର୍ତ୍ତିବା ପାଇଁ ଏହାକୁ ଘରର ସମସ୍ତ କୋଠରୀରେ କିଛି ହଳଦିଆ ସୋରିଷ ଛିଞ୍ଚନ୍ତୁ I ଘରର ଚାରିପାଖରେ ଅବଶିଷ୍ଟ ସୋରିଷ ଛିଞ୍ଚନ୍ତୁ | ଏହା ସହିତ, ଘରର ଲାଗିଥିବା ନଜର ଦୋଷ ସମାପ୍ତ ହୁଏ ଏବଂ ସେଠାରେ ଆର୍ଥିକ ସମୃଦ୍ଧତା ଆସିଥାଏ I

ଘରେ ଅର୍ଥର ଅଭାବକୁ ଦୂର କରିବା ପାଇଁ ଏକ ରୂପା କିମ୍ବା ଷ୍ଟିଲ ପାତ୍ରରେ କିଛି ହଳଦିଆ ସୋରିଷ ଏବଂ କର୍ପୁର ଜଳାନ୍ତୁ I ଏହି ଉପାୟ ଟି ଆପଣଙ୍କ ଅର୍ଥର ଅଭାବକୁ ଶୀଘ୍ର ଦୂର କରିଥାଏ I ଏହା ସହିତ,ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଘରେ ରହିଥାଏ I

ଯେଉଁମାନେ ଆର୍ଥିକ ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି ,ସେମାନେ ସକାଳେ ପୂଜା କରିବା ସମୟରେ ଗୋବର ଘଷି ଜଳାଇ ତା ଉପରେ କିଛି ହଳଦିଆ ସୋରିଷ ପକାନ୍ତୁ I ଏହା ର ଧୂଆଁ କୁ ପୁରା ଘରେ ବୁଲାଇ ଆଣନ୍ତୁ I ଏହା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଘରେ ବାସ କରନ୍ତି ଏବଂ ଆର୍ଥିକ ସମସ୍ୟା ଦୂର ହୋଇ ଥାଏ I

ମା’ ବଗଳାମୁଖୀ ଦେବୀଙ୍କ ପୂଜାରେ ହଳଦିଆ ଜିନିଷ ବ୍ୟବହୃତ ହୁଏ I ଯଦି ଆପଣଙ୍କ ଘରେ କୌଣସି ଅସୁବିଧା କିମ୍ବା ବହୁତ ଦିନ ଧରି ଲାଗି ରହିଛି ତେବେ କିଛି ହଳଦିଆ ସୋରିଷ କୁ ହଳଦିଆ କପଡ଼ାରେ ବାନ୍ଧି ଏକ ଶୁଭ ସମୟରେ ଏହାକୁ ମା ବଗଳାମୁଖୀଙ୍କୁ ଅର୍ପଣ କରନ୍ତୁ ମା’ଙ୍କ କୃପାରୁ ଘରର ସମସ୍ତ ଆର୍ଥିକ ପରିସ୍ଥିତି ସହିତ ଲାଗି ରହିଥିବା ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ I

Leave A Reply

Your email address will not be published.