ଏନ୍‌‌ଏସି ମାନ୍ୟତା ଚାହୁଁଥିଲେ ଆବେଦନ କରନ୍ତୁ: ୫ଟି ଅଧ୍ୟକ୍ଷ

165

ବଲାଙ୍ଗିର: ଜିଲା ଗସ୍ତରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ଦେବାକୁ ଲୋକେ ଚାହୁଁଥିଲେ ଏଥିପାଇଁ ଆବେଦନ କରିପାରିବେ ବୋଲି ୫ଟି ଅଧ୍ୟକ୍ଷ କହିଛନ୍ତି। ଏନେଇ ବିଚାର ପରେ ଖୁସି ଖବର ଦିଆଯିବ ବୋଲି ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଛନ୍ତି ପାଣ୍ଡିଆନ। ସଇଁତଳାରେ ସବରେଜିଷ୍ଟ୍ରାର ଅଫିସ ଖୋଲିବାକୁ ଯୋଜନା କରାଯାଉଛି।

ଏହାସହିତ ଆରଏନ ସିଂହଦେଓ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ। ସଇଁତଲାରେ ଥିବା ପଞ୍ଚାୟତ ସମିତି ହାୟର ସେକଣ୍ଡାରୀ ସ୍କୁଲର ରୂପାନ୍ତର ଲାଗି ୧ କୋଟି, ତୁଷରା ଡିଗ୍ରୀ କଲେଜର ରୂପାନ୍ତର ପାଇଁ ୫୦ ଲକ୍ଷ ମଂଜୁର ହୋଇଛି ।

ଏହାସହ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀରେ ୪୦ଟି ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟରର ଉନ୍ନତିକରଣ ଲାଗି ୪ କୋଟି ୨୦ ଲକ୍ଷ ମଂଜୁର ହୋଇଥିବା କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।

Comments are closed, but trackbacks and pingbacks are open.