ପ୍ରତିଦିନ ମୁହଁରେ ଲଗାନ୍ତୁ ବେସନ ଓ ମହୁର ପ୍ୟାକ,ମିଳିବ ଏହି ସବୁ ସମସ୍ୟା ରୁ ମୁକ୍ତି

46

ଆମେ ସମସ୍ତେ ଶରୀର ଅପେକ୍ଷା ମୁହଁ ର ଅଧିକ ଯତ୍ନ ନେଇଥାଉ I ଏହା ସତ୍ତ୍ୱେ ମଧ୍ୟ ମୁହଁ ରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ I ତେବେ ମୁହଁ ପାଇଁ ଘରୋଇ ଉପଚାର ସବୁଠାରୁ ଉତ୍ତମ ହୋଇଥାଏ I ଏହି ଭଳି ଏକ ଘରୋଇ ପ୍ୟାକ ରହିଛି ଯାହାକୁ ବ୍ୟବହାର କଲେ ମୁହଁରେ ବାହାରୁ ଥିବା ଅନେକ ପ୍ରକାର ସମସ୍ୟାରୁ ମୁକ୍ତି ମିଳିଥାଏ I ଆସନ୍ତୁ ଜାଣିବା ଏହାର ବ୍ୟବହାର ବିଧି :
ମହୁ ଓ ବେସନ ପ୍ୟାକ :
ଯଦି ଆପଣଙ୍କ ମୁହଁ ର ତ୍ୱଚା ଅତ୍ୟଧିକ ଡ୍ରାୟ ହୋଇ ନ ଥାଏ ,ତେବେ ଆପଣ ବେସନ ବ୍ୟବହାର କରିପାରିବେ I ମୁହଁକୁ ସଫା କରିବା ପାଇଁ ବେସନ ର ପ୍ୟାକ ଅତ୍ୟନ୍ତ ଉପଯୋଗୀ ହୋଇଥାଏ I ବେସନ ଏବଂ ମହୁ କୁ ମିଶାଇ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ରଖି ଦିଅନ୍ତୁ I ଏହା ଗାଢ଼ ହୋଇ ଆସିଲେ ଏହାକୁ ମୁହଁ ରେ ଲଗାଇଲେ ଅନେକ ଚର୍ମ ସମସ୍ୟାରୁ ମୁକ୍ତି ମିଳିଥାଏ | ଏହି ମିଶ୍ରଣ ଅନେକ ପ୍ରକାର ରାସାୟନିକ ଚର୍ମ ଚିକିତ୍ସା ଉତ୍ପାଦ ଅପେକ୍ଷା ଭଲ ବୋଲି ପ୍ରମାଣିତ ହୋଇଛି I ମହୁ ହେଉଛି ଔଷଧୀୟ ଗୁଣ ପାଇଁ ଜଣାଶୁଣା ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ I ଏହା ସହିତ ମହୁରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ଥାଏ I ଅନ୍ୟ ପଟେ, ଯଦି ଆପଣ ମୁହଁରେ ଗ୍ରାମ ମହୁ ଏବଂ ହଳଦୀ ମିଶାଇ ଲଗାନ୍ତି ତେବେ ଏହି ମିଶ୍ରଣ ଚେହେରା ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ I

ଦୂର କରେ ବ୍ରଣ ଏବଂ ଦାଗ
ବେସନ ଏବଂ ମହୁକୁ ମିଶାଇ ମୁହଁରେ ଲଗାଇବା ଦ୍ୱାରା ମୁହଁରେ ଜମା ହୋଇଥିବା ଅତିରିକ୍ତ ତେଲ ଓ ମଇଳା ସଫା ହୋଇ ମୁହଁ ର ତ୍ୱଚା କୁ ଉଜ୍ଜ୍ୱଳ କରିଥାଏ I ଏହା ମଧ୍ୟ ଚର୍ମର ଗର୍ତ୍ତକୁ ଗଭୀର ଭାବରେ ସଫା କରିଥାଏ I ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ହେତୁ ଏହା ବ୍ରଣର ଦାଗ କୁ କମାଇବାରେ ସାହାଯ୍ୟ କରିଥାଏ I ଏହା ସହିତ ଏହା ଚର୍ମର ରଙ୍ଗକୁ ମଧ୍ୟ ଉଜ୍ଜ୍ୱଳ କରିଥାଏ I

କୋମଳ ଏବଂ ସୁସ୍ଥ ତ୍ୱଚା
ବେସନର ମଶ୍ଚରାଇଜିଂ ଗୁଣ ରଅଛି I ଏହି ଉଭୟ ମିଶ୍ରଣ ଆପଣଙ୍କ ତ୍ୱଚା ପାଇଁ ମଶ୍ଚରାଇଜର ଭାବରେ କାମ କରେ I ଏହା ଚର୍ମରେ ଥିବା ଆର୍ଦ୍ରତାକୁ ବନ୍ଦ କରିବାରେ ସାହାଯ୍ୟ କରିଥାଏ ଏବଂ ଶୁଷ୍କ ଚର୍ମରୁ ମୁକ୍ତି ପାଇଥାଏ I ମହୁ ଓ ବେସନ ର ମିଶ୍ରଣ ଆପଣଙ୍କ ତ୍ୱଚାକୁ କୋମଳ କରିଥାଏ I

ଟ୍ୟାନିଂ ଏବଂ ପିଗମେଣ୍ଟେସନ ଦୂର କରେ
ବେସନ ଏବଂ ମହୁ ମୁହଁରେ କଳା,ଗାଢ଼ ପ୍ୟାଚ୍, ଟ୍ୟାନିଂ, ପିଗମେଣ୍ଟେସନ୍ ଦୂର କରିବାରେ ସାହାଯ୍ୟ କରିଥାଏ I ଏହି ମିଶ୍ରଣ ଚର୍ମର ରଙ୍ଗକୁ ଉନ୍ନତ କରିଥାଏ ଏବଂ ଚର୍ମର ରଙ୍ଗକୁ ଉଜ୍ଜ୍ୱଳ କରିଥାଏ I ଏହା ଆପଣଙ୍କୁ ସ୍ୱଚ୍ଛ ଏବଂ ଚମକଦାର ତ୍ୱଚା ଦେଇଥାଏ I

ମୁହଁ ର ଚର୍ମକୁ କରେ ଟାଇଟ
ଏହି ମିଶ୍ରଣକୁ ଆପଣ ପ୍ରତିଦିନ ମୁହଁ ରେ ଲଗାଇଲେ , ଚେହେରାର ସ୍କିନ ଟାଇଟ ହୋଇଯାଏ, ଯେଉଁ କାରଣରୁ ମୁହଁ ରେ କୁଞ୍ଚନ ଏବଂ ରିଂକିଲ ପଡ଼ିବାକୁ ଦେଇ ନ ଥାଏ I ବେସନ ର ଏବଂ ମହୁ ପ୍ରୟୋଗ ରେ ମୁହଁରେ ଅକାଳ ବାର୍ଦ୍ଧକ୍ୟର ଲକ୍ଷଣ କମିଯାଏ ଏବଂ ତ୍ୱଚା ରେ ଗ୍ଲୋ ଆସିଥାଏ I

Comments are closed, but trackbacks and pingbacks are open.