ରୂପଚର୍ଯ୍ୟାରେ : ଚିନି ସ୍କ୍ରବ୍‌

56

ଚିନିକୁ କେବଳ ଖାଦ୍ୟରେ ବ୍ୟବହାର କରାଯାଏ ନାହିଁ । ରୂପଚର୍ଯ୍ୟାରେ ଏହାକୁ ଉପଯୋଗ କରିବା ସମ୍ଭବ । ଏହାର ବ୍ୟବହାର ଦ୍ୱାରା ତ୍ୱଚା ସୁନ୍ଦର ଓ କୋମଳ ରହେ । ତେବେ ଚିନି ତ୍ୱଚା ପାଇଁ କେତେ ଉପଯୋଗୀ ଏବଂ ତାହାକୁ ସ୍କ୍ରବ୍ ଭାବେ କିଭଳି ବ୍ୟବହାର କରିବା ଦରକାର ସେ ସମ୍ପର୍କରେ ଜାଣନ୍ତୁ ।

  • ଏହା ତ୍ୱଚାରୁ ମୃତ କୋଷିକାକୁ ଦୂର କରି ତାହାକୁ କୋମଳ ଓ ଉଜ୍ଜ୍ୱଳ ରଖିଥାଏ ।
  • ତ୍ୱଚା ଶୁଷ୍କତା ଦୂର କରିବାରେ ସାହାଯ୍ୟ କରେ ।
  • ଚିନିକୁ କଦଳୀରେ ମିଶାଇ ମୁହଁରେ କିଛି ସମୟ ମସାଜ କରନ୍ତୁ । ଏହା ଦ୍ୱାରା ମୁହଁ ଚିକ୍କଣ ଓ ସୁନ୍ଦର ଦିଶେ । ଏହାକୁ ନିୟମିତ ବ୍ୟବହାର କରନ୍ତୁ ।
  • ସେହିପରି ତ୍ୱଚା ଅନୁଯାୟୀ ଚିନି ପ୍ୟାକ୍‌କୁ ଶରୀରରେ ବ୍ୟବହାର କରିବା ଉଚିତ ।
  • କଦଳୀରେ ଚିନି, ହଳଦୀ ଓ ଗୋଲାପ ଜଳ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ତାହାକୁ ମୁହଁରେ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହି ସ୍କ୍ରବ୍ ବ୍ରଣ ତ୍ୱଚା ପାଇଁ ହିତକର ।
  • ଅନ୍ୟପଟେ ଚିନି ଗୁଣ୍ଡରେ ମହୁ ଓ କଦଳୀ ମିଶାଇ ମୁହଁରେ ୧୫ ମିନିଟ୍ ପର୍ଯ୍ୟନ୍ତ ମସାଜ୍ କରନ୍ତୁ । ଅବଶ୍ୟ ଏ ସ୍କ୍ରବ୍ ସବୁପ୍ରକାର ତ୍ୱଚା ପାଇଁ ଉପଯୋଗୀ । ଉକ୍ତ ପ୍ୟାକ୍ ତ୍ୱଚାକୁ ସୁସ୍ଥ ଓ ସୁନ୍ଦର ରଖେ ।

Comments are closed, but trackbacks and pingbacks are open.