ଚିନ୍ତା ବଢ଼ାଇଲା କରୋନାର ଆଉ ଏକ ନୂଆ ମ୍ୟୁଟାଣ୍ଟ

26

ସାମ୍ଭବ୍ୟ ତୃତୀୟ ଲହରର ମୁକାବିଲା ନେଇ ଏବେ ସରକାର ପ୍ରସ୍ତୁତି ଚଳାଉଥିବା ବେଳେ କରୋନାର ଆଉ ଏକ ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି । ଯାହା ଅନ୍ୟ ଭ୍ୟାରିଏଣ୍ଟ ଅପେକ୍ଷା ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଏହି ଭ୍ୟାରିଏଣ୍ଟ ହେଉଛି ସି.୧.୨ । ଯାହାକୁ ସିଙ୍ଗାପୁରର ବିଶେଷଜ୍ଞମାନେ ଠାବ କରିଛନ୍ତି । ଏହି ଭାଇରସ ଡେଲଡା ଭ୍ୟାରିଏଣ୍ଟ ଠାରୁ ମଧ୍ୟ ଢେର ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଚୀନ, ଇଂଲଣ୍ଡ, କଙ୍ଗୋ, ପର୍ତୁଗାଲ, ନ୍ୟୁଜିଲାଣ୍ଡ ଓ ସୁଇଜଲ୍ୟାଣ୍ଡ ସମେତ ୭ ଟି ଦେଶରେ ବ୍ୟାପିଗଲାଣି ।
ପ୍ରଥମେ ଏହି ସି.୧.୨ ଭାଇରସ ମେ ୨୦୨୧ରେ ଦକ୍ଷୀଣ ଆଫ୍ରିକାରେ ଠାବ କରାଯାଇଥିଲା ଇ ଏହି ଭ୍ୟାରିଏଣ୍ଟ ସବୁଠୁ ଘାତକ କୁହାଯାଇଥିବା ଡେଲଟା ଭ୍ୟାରିଏଣ୍ଟ ଠାରୁ ମଧ୍ୟ ଅଧିକ ମାରାତ୍ମକ ଓ ଏହି ଭାଇରସର ମ୍ୟୁଟାଣ୍ଟ ଗୁଡିକ ଅଧିକ ସଂକ୍ରାମକ ଏବଂ ଆଣ୍ଟି ବଡିକୁ ମଧ୍ୟ କ୍ଷତି ପହଂଚାଇବା ରେ ସକ୍ଷମ ଅଟେ ଇସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ଅନୁସାରେ ଏହି ମ୍ୟୁଟାଣ୍ଟ ପାଇଁ ,ବର୍ତ୍ତମାନ ସୁଦ୍ଧା ଯେଉଁ ଟୀକା ଦିଆଯାଉଛି ,ତାହା ପ୍ରତିରୋଧ କରିପାରିବ ନାହିଁ I

Leave A Reply

Your email address will not be published.