ମହାକାଳଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲେ ଅନୁଷ୍କା ଓ ବିରାଟ

23

ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି । ଇନ୍ଦୋର ଟେଷ୍ଟରେ ବିରାଟଙ୍କ ବଡ ଇନିଂସ ଆଶା କରୁଥିଲେ ଫ୍ୟାନ୍ସ । କିନ୍ତୁ ବିରାଟ ଫ୍ୟାନ୍ସଙ୍କୁ ନିରାଶ କରିଥିଲେ । ଏହି ମ୍ୟାଚରେ ବିରାଟ ୨୨ ଏବଂ ୧୩ ରନ୍‌ କରିଥିଲେ । ଦିଲ୍ଲୀ ଏବଂ ନାଗପୁର ଟେଷ୍ଟରେ ମଧ୍ୟ ବେଶ୍‌ କିଛି କମାଲ୍‌ କରିପାରିନଥିଲେ ।

ତେଣୁ ଭଗବାନଙ୍କୁ ଦର୍ଶନ ପାଇଁ ବିରାଟ ମହାକାଳ ମନ୍ଦିରରେ ପହଞ୍ଚିଛନ୍ତି । ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ଏକ ଭିଡିଓ ମଧ୍ୟ ଭାଇରଲ ହେବାରେ ଲାଗିଛି। ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଶନିବାର ସକାଳେ ମହାକାଳ ଜ୍ୟୋର୍ତିଲିଙ୍ଗ ଦର୍ଶନ ପାଇଁ ଉଜ୍ଜିୟନୀ ପହଞ୍ଚିଥିଲେ। ବିରାଟ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ ସକାଳ ୪ ଟାରେ ଭସ୍ମା ଆରତୀରେ ଭାଗ ନେଇଥିଲେ। ଏହା ପରେ ଦୁହେଁ ମନ୍ଦିରର ଗର୍ଭଗୃହକୁ ଯାଇ ପଞ୍ଚମୃତ ଅଭିଷେକ କରିଥିଲେ। ଏହି ଭିଡିଓରେ ବିରାଟ ପାରମ୍ପରିକ ପୋଷାକ ପିନ୍ଧିଥିବା ନଜର ଆସିଛନ୍ତି । ବିରାଟ ଧୋତି ପିନ୍ଧି ପୂଜା କରୁଥିବାର ନଜର ଆସିଛନ୍ତି । ବିରାଟ ବେକରେ ରୁଦ୍ରାକ୍ଷ ଏବଂ କପାଳରେ ଏକ ବଡ଼ ଚନ୍ଦନ ଟିକା ରହିଛି । ମହାକାଳଙ୍କୁ ଦର୍ଶନ କରି ଆଶୀର୍ବାଦ ପାଇବା ପରେ ବହୁତ ଶାନ୍ତି ମିଳିଥିଲା ବୋଲି ଅନୁଷ୍କା ଶର୍ମା କହିଥିଲେ ।

ଏହାପୂର୍ବରୁ ନୂଆ ବର୍ଷ ଆରମ୍ଭରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବାବା ନିମ୍ କରୌଲି ଆଶ୍ରମରେ ପହଞ୍ଚିଥିଲେ। ଏହା ପରେ ସେ ଆନନ୍ଦମାଇ ଆଶ୍ରମରେ ପହଞ୍ଚି ସେଠାରେ ସାଧୁମାନଙ୍କୁ ଭେଟିଥିଲେ। ବୃନ୍ଦାବନରେ ୨ ଦିନ ରହିଥିଲେ ।

ଅଷ୍ଟ୍ରେଲିଆ ଭାରତରେ ୬ ବର୍ଷ ପରେ କୌଣସି ଟେଷ୍ଟ ମ୍ୟାଚ୍ ଜିତିଛି। ଏହା ପୂର୍ବରୁ କଙ୍ଗାରୁ ଦଳ ଫେବୃଆରୀ ୨୦୧୭ରେ ପୁଣେରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଭାରତକୁ ୩୩୩ ରନରେ ପରାସ୍ତ କରିଥିଲା। ସେବେଠାରୁ ଅଷ୍ଟ୍ରେଲିଆ ଭାରତରେ ଏ ପର୍ଯ୍ୟନ୍ତ ୬ଟି ଟେଷ୍ଟ ମ୍ୟାଚ୍ ଖେଳିଛି ଏବଂ ବର୍ତ୍ତମାନ ଇନ୍ଦୋରରେ ବିଜୟ ହାସଲ କରିପାରିଥିଲା। ଏହାରି ଭିତରେ ଦଳକୁ ୪ ଟେଷ୍ଟ ମ୍ୟାଚରେ ପରାଜୟର ବି ସାମ୍ନା କରିବାକୁ ପଡିଥିଲା। ଏକ ଟେଷ୍ଟ ମ୍ୟାଚ୍ ଡ୍ର ରହିଥିଲା ।

Comments are closed, but trackbacks and pingbacks are open.