ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ
ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡା I ଛତିଶଗଡ ରାୟଗଡ ସେସନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ବହୁ ଚର୍ଚ୍ଚିତ କଳ୍ପନା ଦାସ ଓ ଝିଅ ବବ୍ଲି ହତ୍ୟା ଘଟଣାରେ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ପ୍ରମାଣ ଅଭାବରୁ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି କୋର୍ଟ ।
ଘଟଣା ଅନୁସାରେ ପ୍ରାୟ ସାଢ଼େ ୫ ବର୍ଷ ତଳେ ୨୦୧୬ରେ ଚକ୍ରଧରପୁର ଅଞ୍ଚଳରୁ କଳ୍ପନା ଦାସ ଓ ଝିଅ ବବ୍ଲିଙ୍କ ମୃତଦେହ ମିଳିଥିଲା। ଉଭୟଙ୍କୁ ହତ୍ୟା ପରେ ଗାଡି ମଡାଇ ଦିଆଯାଇଥିବା ଜଣାପଡିଥିଲା। ଏହି ଘଟଣାରେ ୨୦୨୦ ଫେବ୍ରୁଆରୀ ୧୩ ତାରିଖରେ ରେ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନଙ୍କୁ ଗିରଫ କରାଯାଇଥିଲା।
ବିଧାୟକ ଙ୍କ ପରକୀୟା ପ୍ରୀତିରୁ କଳ୍ପନା ଦାଶ ଙ୍କୁ ବିବାହ ଉଦ୍ଦେଶ୍ୟ ରେ ଭୁବନେଶ୍ୱର ରୁ ଛତିଶଗଡ଼ ଡ଼କାଇଥିଲେ I କଳ୍ପନା ଓ ତାଙ୍କ ଝିଅ ବବଲୀ ସେଠାରେ ପହଂଚିବା ପରେ ତାଙ୍କୁ ଅତି ବିଭତ୍ସ ଭାବରେ ପୂର୍ବ ଯୋଜନା ଅନୁଯାୟୀ ଗାଡି ମଡ଼ାଇ ହତ୍ୟା କରିଥିଲେ I
ଏହି ମାମଲାରେ ପୁଲିସ୍ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ୨୦୨୦ ଗିରଫ କରିଥିଲା। ତେବେ ଜେଲ୍ରେ ଥିବା ବେଳେ ହଠାତ୍ ଅନୁପ ଅସୁସ୍ଥ ହୋଇପଡ଼ିଥିଲେ। କିଛି ଦିନ ଚିକିତ୍ସା ପରେ ସେ ପୁଣି ଥରେ ଜେଲ୍କୁ ଫେରିଥିଲେ। ୨୦୧୪ ନିର୍ବାଚନରେ ସେ ବ୍ରଜରାଜନଗରରୁ ପ୍ରତିଦ୍ୱନ୍ଦ୍ୱିତା କରି ହାରିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ଟିକଟରୁ ବଞ୍ଚିତ ହୋଇଥିଲେ। ୨୦୨୦ ଫେବ୍ରୁଆରୀରେ ସେ ଡବଲ୍ ମର୍ଡର ମାମଲାରେ ଛନ୍ଦି ହୋଇ ଜେଲ୍ ଯାଇଥିଲେ। ଗିରଫ ହେବା ପରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା।
Comments are closed, but trackbacks and pingbacks are open.