ଅନୁଗୁଳ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାପା ଝିଅ ଙ୍କ ମୃତ୍ୟୁ

122

ଆଜି ସକାଳେ ଅନୁଗୁଳ ରୁ ଆସିଛି ଏକ ଦୁଃଖଦ ଖବର I ମର୍ମନ୍ତୁଦ ଦୁର୍ଘଟଣାର ବାପା ଝିଅ ଙ୍କ ମୃତ୍ୟୁ I ଅନୁଗୁଳର ଖମାର ଥାନା କଲଣ୍ଡା ଠାରେ ବାପା ଝିଅଙ୍କ ବାଇକକୁ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।
ସୂଚନାନୁସାରେ ଝିଅ ସଂଗୀତା ସାହୁ କଣିହାଁ ଶିଶୁ ବିକାଶ କେନ୍ଦ୍ରର ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ। ସୁନୀଲ କୁମାର ସାହୁ କଣିହାଁର ଶିକ୍ଷା ବିଭାଗର ଏବିଓ ଥିବା ଜଣା ପଡିଛି। ଉଭୟେ ପ୍ରତିଦିନ ପରି ଆଜି ମଧ୍ୟ ତାଙ୍କର ଖମାର ସ୍ଥିତ ବାସଭବନରୁ ଡ୍ୟୁଟି ପାଇଁ ଯାଉଥିଲେ। ହେଲେ ଅନୁଗୁଳ ପାଲଲହଡ଼ା ୧୪୯ ଜାତୀୟ ରାଜପଥ ନିକଟରେ ଟ୍ରକଟି ଆସି ବାଇକ୍‌କୁ ପିଟିଥିଲା । ଯାହାଫଳରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୁତ୍ଯୁ ହୋଇଛି। ମୁତ୍ୟୁକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଖମାର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି କରିଛି।

Comments are closed, but trackbacks and pingbacks are open.