ବ୍ରାଉନ ସୁଗାର ସହ ବନ୍ଧୁକ ଜବତ, ୩ ଗିରଫ

224

ଅନୁଗୁଳ: ଅନୁଗୁଳ ଟାଉନ ପୋଲିସକୁ ବଡ଼ ସଫଳତା ମିଳିଛି। ଆଜି ସକାଳୁ ମଦ୍ୟପାନ ବେଳେ ରେଡ୍ କରିଥିଲା ପୋଲିସ। ଏହି ରେଡ ବେଳେ ବ୍ରାଉନ ସୁଗାର ଧରାପଡିଛି । ଏହା ସହ ବନ୍ଧୁକ ମଧ୍ୟ ଜବତ ହୋଇଛି। ରେଡ୍ ବେଳେ ୩ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ଖବର ଅନୁଯାୟୀ, ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ମିନି ଷ୍ଟାଡିୟମରେ କିଛି ଯୁବକ ବସି ମଦ୍ୟପାନ କରୁଥିଲେ। ଏହା ଦେଖି ପୋଲିସ ଅତର୍କିତ ରେଡ୍ ମାରିଥିଲା। ଯୁବକଙ୍କ ପଚରାଉଚରା କରିବା ସହ ଯାଞ୍ଚ କରିଥିଲା। ତେବେ ସେମାନଙ୍କ ନିକଟରୁ ପ୍ରାୟ ୩୦ ଗ୍ରାମ୍ ବ୍ରାଉନ ସୁଗାର ବାହାରିବା ସହ ଏକ ବନ୍ଧୁକ ଏବଂ ୩ଟି ଅଫୁଟା ଗୁଳି ଜବତ ହୋଇଛି। ଏହା ଛଡ଼ା ଏକ କାର୍ ଏବଂ ଦୁଇଟି ବାଇକ୍ ପୋଲିସ ଜବତ କରିଛି । ଏହି ଘଟଣାରେ ଅନୁଗୁଳ ପୋଲିସ ୩ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି।

Comments are closed, but trackbacks and pingbacks are open.