ବର୍ଷାଙ୍କୁ ଅନୁରୋଧ କଲେ ଅନୁଭବ

32

ଥମୁନି ବର୍ଷା-ଅନୁଭବ ପାରିବାରିକ ବିବାଦ । କୋର୍ଟରେ ମାମଲା ଚାଲିଥିବାବେଳେ । ଆଦଳୟଙ୍କ ନିର୍ଦ୍ଦେଶ ପରେ ବର୍ଷା କିଛିଦିନ ପୂର୍ବରୁ ଅନୁଭବଙ୍କ ଘର ଛାଡ଼ିଥିଲେ । ତଥାପି ଦୁହିଁଙ୍କ ସଂପର୍କକୁ ନେଇ କୌଣସି ନିଷ୍କର୍ସ ବାହାରି ପାରୁନି । ଯାହାର ଝଲକ ପୁଣି ଥରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଆଜି ସଂସାଦ ଅନୁଭବ ମହାନ୍ତି, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଟ୍ୟାଗ କରି ଏକ ଟ୍ୱିଟ୍ କରିଛନ୍ତି ।

ସେ ବର୍ଷାଙ୍କୁ ଅନୁରୋଧ କରି ଲେଖିଛନ୍ତି, ବାପା ମା ସବୁବେଳେ ପିଲାମାନଙ୍କର ଭଲ ଚାହାନ୍ତି । ଆମେ ଜାଣିଛେ କିଏ ଠିକ୍ କିଏ ଭୁଲ୍ । ମୋ ବାପା ଆଇସିୟୁରେ ଅଛନ୍ତି । ତାଙ୍କର ଅବସ୍ଥା ଖୁବ୍ ସଙ୍କଟାପନ୍ନ । ଏଭଳି ଅସମୟରେ ଆଉ ବିଳମ୍ବ ନକରି ଆପସ ବୁଝାମଣା କରି ଅଲଗା ହୋଇ ମାନବିକତା ଦେଖାଇବାକୁ ମୁଁ ହାତଯୋଡି ନେହୁରା ହେଉଛି । ସବୁକିଛି ଶେଷ ହେବା ପୂର୍ବରୁ ମୋ ବାପା ମାଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅ । ମହାପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ ବୋଲି ଅନୁଭବ ବର୍ଷା ପ୍ରିୟଦର୍ଶନୀଙ୍କୁ ଟ୍ୟାଗ କରି ନିଜ ଟୁଇଟରେ ଲେଖିଛନ୍ତି ।

ତେବେ ଅନୁଭବଙ୍କ ଏଭଳି ଟୁଇଟ ପରେ ପୁଣି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed, but trackbacks and pingbacks are open.