ପୁରୀ ରେଳ ଷ୍ଟେସନରେ ବିଭିନ୍ନ ସୁରକ୍ଷା ସଂସ୍ଥାକୁ ନେଇ ମିଳିତ ଭାବେ ଆଣ୍ଟି ଟେରର ମକ୍‌ଡ୍ରିଲ୍‌ ଅନୁଷ୍ଠିତ

245

ଭୁବନେଶ୍ବର: ଆଗାମୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ଅବସରରେ ପୁରୀ ରେଳ ଷ୍ଟେସନରେ ବିଭିନ୍ନ ସୁରକ୍ଷା ସଂସ୍ଥାକୁ ନେଇ ମିଳିତ ଭାବେ ଆଣ୍ଟି ଟେରର ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ଷ୍ଟେସନ କିମ୍ବା ଟ୍ରେନ ଭିତରେ ଆତଙ୍କବାଦୀ ଆକ୍ରମଣ ହେଲେ ଏହାକୁ କିପରି ମୁକାବିଲା କରାଯାଇପାରିବ ସେନେଇ ମକ୍‌ଡ୍ରିଲ ହୋଇଛି। ଏଥିରେ ଆରପିଏଫ୍‌, ଜିଆରପି, ସ୍ପେସିଆଲ କମାଣ୍ଡୋ, ଏସଓଜି, ଅଗ୍ନିଶମ ବାହିନୀ, ଓଡ୍ରାଫ୍‌ ଓ ପୁରୀ ପୁଲିସ ପରି ୧୧ଟି ଟିମ ସାମିଲ ହୋଇଥିଲେ। ତପସ୍ବିନୀ ଏକ୍ସପ୍ରେସକୁ ଏହି ମକ୍‌ଡ୍ରିଲ୍‌ରେ ବ୍ୟବହାର କରାଯାଇଥିଲା।

Comments are closed, but trackbacks and pingbacks are open.