ବାଲେଶ୍ୱରରେ ଅସାମାଜିକ ଙ୍କ ଦୌରାତ୍ମ୍ୟ ,ଅଭିନବ ଉପାୟ ରେ ଦିନ ଦ୍ବିପହରେ ଲୁଟ

25

ବାଲେଶ୍ବରରେ ଦିନକୁ ଦିନ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ହେବାରେ ଲାଗିଛି। ସେଠାରେ ଆଇନ ବ୍ୟବସ୍ଥା କଡାକଡି ହେଉନଥିବା ବେଳେ ଏହାର ସୁଯୋଗ ରେ ଅସାମାଜିକ ଙ୍କ ଦୌରାତ୍ମ୍ୟ ବଢିଚାଲିଛି I ତା ସାଙ୍ଗକୁ ବ୍ରାଉନ ସୁଗାର ପରି ଅନେକ ନିଶା କାରବାର ର ପେଣ୍ଠ ସ୍ଥଳୀ ପାଲଟି ଥିବା ବେଳେ ଦିନକୁ ଦିନ ବାଲେଶ୍ବର ସହରରେ ଛିନତାଇ ବଢିବାରେ ଲାଗିଛି। ରାତି ତ ଦୂରର କଥା ଦିନ ଦ୍ବିପ୍ରହରେ ଲୋକେ ଛିନତାଇର ଶିକାର ହେଉଛନ୍ତି। ଏପରି ଏକ ଘଟଣା ମଙ୍ଗଳବାର ଦିନ ୧ ଟା ସମୟରେ ଫକୀରମୋହନ ନଗରରେ ଘଟିଯାଇଛି। ଜଣେ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଓଏଫଏସ୍ ଅଫିସର ଶଚୀନ୍ଦ୍ର ଦାସ ଛିନତାଇର ଶିକାର ହୋଇଛନ୍ତି। ଏହି ପରିସ୍ଥିତି ରେ ସାଧାରଣ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି I

ଘଟଣାନୁସାରେ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଜଳ ଦାନ କାର୍ଯ୍ଯକ୍ରମ ସାରି ଘରକୁ ଫେରୁଥିଲେ। ଘରକୁ ପହଞ୍ଚିବାର ମାତ୍ର ୨ ଶହ ମିଟର ଦୂର ଗଳିରେ ବାଇକରେ ଦୁଇ ଦୁର୍ବୃତ୍ତ ମୁହଁ ଘୋଡାଇ ତାଙ୍କ ଆଗରେ ଛିଡା ହୋଇଗଲେ। କାହିଁକି ଛିଡାହେଲେ ବୋଲି ଶଚୀନ୍ଦ୍ର ପଚାରିବା ପରେ ସେମାନେ କହିଥିଲେ,ଏସପି ମନା କରିଛନ୍ତି ସୁନାଗହଣା ପିନ୍ଧିବା ପାଇଁ କହି ତାଗିଦ କରିଥିଲେ। ତେଣୁ ଏ ସୁନାଗହଣା ବାହାର କରିଦିଅନ୍ତୁ କହି ଶଚୀନ୍ଦ୍ରଙ୍କ ସାତରୁ ଦୁଇଟି ସୁନା ମୁଦି ଓ ବେକରୁ ଗୋଟିଏ ସୁନା ହାର ଜବରଦସ୍ତି କାଢି ଗୋଟେ କାଗଜରେ ରଖିଥିଲେ। ପରେ ଏକ ବାଲି ଥିବା କାଗଜ ଶଚୀନ୍ଦ୍ରଙ୍କ ପକେଟ୍ ରେ ପୁରାଇ ସୁନା ଥିବା କାଗଜ ଧରି ଫେରାର ହୋଇମାଇଥିଲେ। ଏଭିତରେ ଶଚୀନ୍ଦ୍ର ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରି ଗୋଡେଇଥିଲେ ମଧ୍ୟ ସେମାନଙ୍କୁ ଧରିବା ସମ୍ଭବ ହୋଇନଥିଲା। ବରଂ ଶଚୀନ୍ଦ୍ର ତଳେ ପଡିଯାଇଥିଲେ। ତେବେ ଏନେଇ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପିସିଆର୍ ଭେନ୍ କୁ କଲ୍ କରିଥିଲେ। ପରେ ପିସିଆର୍ ଭ୍ୟାନ୍ରୁ ଘଟଣାସ୍ଥଳ ଅର୍ଥାତ ଶଚୀନ୍ଦ୍ରଙ୍କ ଘରେ ପହଞ୍ଚି ଘଟଣା ବାବଦରେ ବୁଝାବୁଝି କରିଥିଲେ। ଦିନ ଦ୍ବିପ୍ରହରେ ଛିନତାଇ ନେଇ ଶଚୀନ୍ଦ୍ର ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏନେଇ ପୁଲିସ ତଦନ୍ତ କରୁଥିବା ଶଚୀନ୍ଦ୍ର ଦାସ ପ୍ରକାଶ କରିଥିଲେ।

ବାଲେଶ୍ବରରେ ଦିନକୁ ଦିନ ଅସୁରକ୍ଷିତ ପାଲଟିଯାଉଛି। ରାସ୍ତା ମରାମତି ତଥା ଡ୍ରେନେଜ କାମ ଚାଲୁଥିବାରୁ,ବର୍ତ୍ତମାନ ରାସ୍ତା ସବୁ ଅଣଓସାରିଆ ହୋଇ ଯାଇଛି I ତେଣୁ ରାସ୍ତାରେ ସୁରକ୍ଷିତ ଭାବେ ଚାଲିବା ସମ୍ଭବ ହେଉନି। ଏ ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି I ଏହା ସହିତ ବାଲେଶ୍ୱର ସହରରେ ପୋଲିସ ପାଟ୍ରୋଲିଂ ହେଉନଥିବା ନେଇ ବିରକ୍ତ ପ୍ରକାଶ କରିଛନ୍ତି ସ୍ଥାନୀୟ ଜନ ସାଧାରଣ I ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଗୌରାଙ୍ଗ ପାଣିଗ୍ରାହୀ କହିଥିଲେ,’ବାଲେଶ୍ବରରେ ଦିନବେଳା ଛିନତାଇ ହେଉଛି। ଏନେଇ ପୁଲିସର କିଛି ପଦକ୍ଷେପ ନାହିଁ। ପୁଲିସର ଅପାରଗତା ପାଇଁ ସହରରେ ଏପରି ଉପଦ୍ରବ ବଢିଚାଲିଛି। ଛିନତାଇ ଘଟଣାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉ ନାହିଁ । ବାଲେଶ୍ବର ସହରର ବିଭିନ୍ନ ଟ୍ରାଫିକ୍ ପୋଷ୍ଟ୍ ରେ ଲାଗିଥିବା ସବୁ ସିସିଟିଭି କ୍ୟାମେରା କାମ କରୁନି। ନାମକୁ ମାତ୍ର ଲଗାଯାଇଛି। ବାଲେଶ୍ବରର ସବୁ ଥାନାରେ ଯେତିକି କର୍ମଚାରୀ ରହିବା କଥା ନାହାନ୍ତି। ଏମିତିକି ସହଦେବଖୁଣ୍ଟା ଥାନାରେ ଦୁଇ ବର୍ଷ ହେଲା ଅଧିକାରୀ ନାହାନ୍ତି। ଯାହାକୁ ଆଦର୍ଶ ଥାନା ବୋଲି ନାମିତ ହୋଇଛି। ଏନେଇ ତିନି ଦିନ ତଳେ ସିଭିଲ ସୋସାଇଟି ପକ୍ଷରୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି’। ସେହିପରି ଆଇଟିଆଇ ଆଖପାଖ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରେ ଆତଙ୍କିତ ଜନତା। ଏହା ସହିତ ବାଲେଶ୍ୱର ସହ ରେ ହଣା କଟା ଖବର ମଧ୍ୟ ଶିରୋନାମାରେ ରହୁଛି Iତେଣୁ ବାଲେଶ୍ୱର ସହରରେ ଆଇନ ବ୍ୟବସ୍ଥାକୁ କଡାକଡି କରିବାକୁ ବରିଷ୍ଠ ନାଗରିକ ମାନେ ଦାବି କରି ଆସୁଛନ୍ତି I

Comments are closed, but trackbacks and pingbacks are open.