ବାଂଲାଦେଶରେ ବଢୁଛି ହିନ୍ଦୁ ବିରୋଧୀ ହିଂସା: ୬ ମୃତ

17

ଦୁର୍ଗାପୂଜା ଉତ୍ସବ ବେଳେ ଦୁର୍ବୃତ୍ତମାନେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିବା ପରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ଆଜି ପୁଣି ସକାଳେ କିଛି ମନ୍ଦିରରେ ଭଙ୍ଗାରୁଜା ହୋଇଥିବା ଜଣା ପଡିଛି। ଏହି ହିଂସାକାଣ୍ଡରେ ଆକ୍ରମଣକାରୀ ଦୁଇ ହିନ୍ଦୁ ଯୁବକଙ୍କୁ ହତ୍ୟା କରିଛନ୍ତି। ଏଥିସହ ଧାର୍ମିକ ହିଂସାଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ପୋଲିସ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରଖିଛି।
ଏହି ହିଂସାକାଣ୍ଡ ବାଙ୍ଗଲାଦେଶ ର ଦକ୍ଷିଣ ସହର ବେଗମଜଙ୍ଗରେ ଘଟିଛି ବୋଲି ବାଂଲାଦେଶ ପୋଲିସ ସୂଚନା ଦେଇଛି । ଏହା ପୂର୍ବରୁ ଶତାଧିକ ସଂଖ୍ୟାରେ ବାହୁଲ୍ୟ ସଂପ୍ରଦାୟର ଲୋକେ ଦୁର୍ଗା ପୂଜାର ଅନ୍ତିମ ଦିନ ଅର୍ଥାତ ଶୁକ୍ରବାର ନମାଜ ପରେ ଶୋଭାଯାତ୍ରା ବାହାର କରିଥିଲେ। ଏହି ସମୟରେ ୨୦୦ରୁ ଅଧିକ ପ୍ରଦର୍ଶନକାରୀ ଇସ୍କନ ମନ୍ଦିର ଉପରେ ହମଲା କରିଥିଲେ। ଠିକ୍ ଏହି ସମୟରେ ହିନ୍ଦୁ ସଂପ୍ରଦାୟର ଲୋକେ ବିଜୟାଦଶମୀରେ ଶୋଭାଯାତ୍ରା ଆୟୋଜନ କରିବାକୁ ଯାଉଥିଲେ। ହେଲେ କିଛି ଅଜଣା ବ୍ୟକ୍ତି ମନ୍ଦିର କମିଟିର ଜଣେ କାର୍ଯ୍ୟକାରୀ ସଦସ୍ୟଙ୍କୁ ପିଟିବା ସହ ଛୁରିରେ ଆକ୍ରମଣ କରିଥିଲେ। ଶନିବାର ସକାଳେ ମନ୍ଦିର ନିକଟସ୍ଥ ପୋଖରୀରୁ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି।
ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ଏକ ହିନ୍ଦୁ ମନ୍ଦିର ଉପରେ ୫୦୦ ଆକ୍ରମଣକାରୀ ହମଲା କରିବା ସହ ହିଂସାକାଣ୍ଡ ଘଟାଇ ମନ୍ଦିରରେ ଭଙ୍ଗାରୁଜା କରିଥିଲେ ଏବଂ ଏହି ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳେ ପୋଲିସ ଆଉ ଦୁଇ ମୃତଦେହ ଉଦ୍ଧାର କରିଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ଘଟିଛି। ଏଥିସହ ହିନ୍ଦୁ ସମୁଦାୟର ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଏ ସଂକ୍ରାନ୍ତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ସୂଚନା ଦେଇଛନ୍ତି ,ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ ଖୋଜି ବାହାର କରାଯିବ ଓ କଠୋର ଦଣ୍ଡ ଦିଆଯିବ I
(ଫୋଟୋ ସୌଜନ୍ୟ :ଗୁଗୁଲ )

Leave A Reply

Your email address will not be published.