ନିର୍ବାଚନ ପ୍ରଚାର ବେଳେ ଶାସକ-ବିରୋଧୀ ମୁହାଁମୁହିଁ :୨ ଆହତ

22

ପଂଚାୟତ ନିର୍ବାଚନ କୁ ଆଉ ୨ ଦିନ ବାକି ରହିଥିବାବେଳେ ପ୍ରଚାର ମୈଦାନ ଉଠୁଛି ପଡୁ଼ଛି I ଏହାକୁ ନେଇ କିଛି ସ୍ଥାନ ରେ ପ୍ରାକ ନିର୍ବାଚନୀ ହିଂସା ଘଟଣା ସାମ୍ନା କୁ ଆସିଛି I ଗତକାଲି ଢେଙ୍କାନାଳ ଠାରେ ସରପଞ୍ଚ ପ୍ରାର୍ଥୀଙ୍କୁ ଭୁଜାଲିରେ ଆକ୍ରମଣ ଆଜି ପୁଣି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ରାଜେନ୍ଦ୍ରପୁର ଠାରେ ପ୍ରଚାର ବେଳେ ଉଭୟ ଶାସକ ଓ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବିରୋଧୀ ଦଳ ବିଜେପି ର ଅଭିଯୋଗ ଅନୁସାରେ ଏକା ସହିତ ୧୦ରୁ ଅଧିକ ବିଜେଡି କର୍ମୀମାନେ ଘରେ ପଶି ବିଜେପି କର୍ମୀଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି । ଏଥିରେ ୨ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ବିଜେଡି ନେତା ପ୍ରିନ୍ସ ରାକେଶ ନାୟକଙ୍କ ଇସାରାରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସୁଛି । କିନ୍ତୁ ସେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାଏଙ୍କ ଖାସ୍ ହୋଇଥିବାରୁ ପୋଲିସ ନେଉନି ଆକ୍ସନ । କିନ୍ତୁ ଏହା ପୂର୍ବ ବିବାଦ ରୁ ହୋଇଛି ବୋଲି ବିଜେଡି ନେତା ପ୍ରିନ୍ସ ରାକେଶ ନାୟକ ଥିବା ଅଭିଯୋଗ ।

Comments are closed, but trackbacks and pingbacks are open.