ଜଳିଗଲେ ଆଉ ଜଣେ ଯୁବତୀ: ବାପା ଆଣିଲେ ସଙ୍ଗୀନ ଅଭିଯୋଗ

300

କେନ୍ଦ୍ରପଡା: ରାଜ୍ୟରେ ଆଉ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। କେନ୍ଦ୍ରପଡା ଜିଲ୍ଲା ପଟ୍ଟାପୁଣ୍ଡାଇ ଥାନା ଅଞ୍ଚଳର ଜଣେ ଯୁକ୍ତ ୩ ର ଶେଷ ବର୍ଷର ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଛାତ୍ରୀଜଣଙ୍କ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା କୁହାଯାଉଛି। ଏନେଇ ମୃତକ ଛାତ୍ରୀଙ୍କ ପିତାଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିଛି। ସେ ଏହି ଘଟଣାରେ ପ୍ରେମ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିବା ବେଳେ ପୁରୁଷ ବନ୍ଧୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ବାପାଙ୍କ ଅଭିଯୋଗ ଅନୁଯାୟୀ, ଝିଅର ପୁରୁଷ ବନ୍ଧୁ ବାରମ୍ବାର ମାନସିକ ନିର୍ଯ୍ୟାତନା ଦେଉଥିବା ବେଳେ ଅଶ୍ଳୀଳ ଫଟୋ ଭାଇରାଲ କରିଦେବା ପାଇଁ ଧମକ ଦେଉଥିଲେ। ଯାହାକୁ ନେଇ ସେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରାନ କରିନଥିଲା। ଯାହା ଫଳରେ ଲୋକ ଲଜ୍ଜା ଭୟରେ ମୋ ଝିଅ ଆତ୍ମହତ୍ୟା କରିଛି। ତେବେ ସୂଚନା ଅନୁଯାୟୀ, ପୋଲିସ ଡିଜି ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। କେନ୍ଦ୍ରପଡା ଆରକ୍ଷୀ ଅଧିକ୍ଷକଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ପାଇଁ ଡିଜି ନିର୍ଦ୍ଦେଶ ଦେଇଛନ୍ତି।

Comments are closed, but trackbacks and pingbacks are open.