ପୁଣି ରେଳ ଦୁର୍ଘଟଣା,ତମିଲନାଡ଼ୁରେ ଲାଇନ୍ଚ୍ୟୁତ ହେଲା ୨ ଟି ବଗି

47

ତାମିଲନାଡୁ : ତାମିଲନାଡୁର କୂଂନୁର ଅଂଚଳରେ ଲାଇନ୍ଚ୍ୟୁତ ହେଲା ରେଳ I ରେଳ ଧାରଣାରୁ ୨ଟି ବଗି ଖସି ଯାଇଛି I କିନ୍ତୁ ଏହି ଘଟଣାରେ କୌଣସି କ୍ଷତି ଘଟି ନଥିବା ସୂଚନା ମିଳିଛି I

ସୂଚାନୁସାରେ,ଓଟିରୁ ମେଟୁପାଲାୟାମ ଅଭିମୁଖେ ଯାଉଥିବା ଏକ ଟ୍ରେନର ଦୁଇଟି କୋଚ୍ ଗୁରୁବାର ତାମିଲନାଡୁର କୁନ୍ନୁର ନିକଟରେ ଲାଇନଚ୍ୟୁତ ହୋଇଥିଲା। ସେହିପରି ବୁଧବାର ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍ରେ ଟ୍ରେନ୍ ମାଡ଼ିଯିବାରୁ ୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ସେମାନେ ବର୍ଷାରୁ ରକ୍ଷା ପାଇବା ପାଇଁ ଟ୍ରେନ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ଟ୍ରେନଟି ଛାଡିଥିଲା ।

ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ଏବେ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୩ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏହି ପରିମାଣ ୨୫୦ କୋଟି ଟଙ୍କାକୁ ବୃଦ୍ଧିପାଇବା ଆଶଙ୍କା ରହିଛି । ଦୁର୍ଘଟଣା ପର ଠାରୁ ପ୍ରତିଦିନ ୧୦୦ଟି ମାଲବୁହା ଟ୍ରେନ୍ର ଚଳାଚଳ ପ୍ରଭାବିତ ହୋଇଛି।

Comments are closed, but trackbacks and pingbacks are open.