ଆଉ ଜଣେ ଉଠା ଦୋକାନୀଙ୍କ ଆତ୍ମହତ୍ୟା

0 28

ଜୀବିକା ହରାଇ ଆଉଜଣେ ଉଠା ଦୋକାନୀ କାଳେ ଆତ୍ମହତ୍ୟା I ଗୋଟିଏ ସପ୍ତାହ ମଧ୍ୟରେ ଭିତରେ ଦୁଇ ଦୁଇ ଜଣ ଉଠା ଦୋକାନୀ ଆତ୍ମହତ୍ୟା କରିବା ସମସ୍ତଙ୍କୁ ବିଚଳିତ କରିଦେଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ପାଖ ରାସ୍ତା ପାର୍ଶ୍ବରେ ପ୍ଲାଷ୍ଟିକ୍ ଫୁଲ ବିକ୍ରି କରୁଥିବା ବ୍ୟବସାୟୀ ସୁବାଷ ପଣ୍ଡିତ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି I ବିଏମସି ପକ୍ଷରୁ ଉଠା ଦୋକାନ ଉଚ୍ଛେଦ କରାଯାଇଥିବାରୁ ନିଜର ଜୀବିକା ହରାଇ ମାନସିକ ଚାପରେ ରହୁଥିଲେ ସୁବାସ I ସୁବାଷଙ୍କ ପରିବାର ର ଅଭିଯୋଗ ଅନୁଯାୟୀ ସୁବାସ ନିକଟରେ ବ୍ୟାଙ୍କ ରୁ ଲୋନ ଆଣି ବ୍ୟବସାୟ ରେ ନିବେଶ କରିଥିଲେ I ବିଏମ୍ସି ତରଫରୁ ଅକସ୍ମାତ ଦୋକାନ ଉଚ୍ଛେଦ ହେବାରୁ ,ଆର୍ଥିକ ଚିନ୍ତା ଜନିତ ମାନସିକ ଚାପରେ ରହି ଆତ୍ମହତ୍ୟା କରିଛନ୍ତି I ସେହିଭଳି ମାର୍କେଟ ବିଲଡିଂ ର ସ୍ଥାୟୀ ବ୍ୟବସାୟୀ ଏବଂ ଉଠା ଦୋକାନୀ ଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ଯୋଗୁଁ ,ମାର୍କେଟ ଵିକଲଡିଂ ଭିତରୁ ଉଠାଦୋକାନୀଙ୍କୁ ହଟାଇ ଦିଆଯାଇଥିଲା I ଫଳରେ ଅଜିତ ସାହାଣୀ ନାମକ ବେଡସିଟ୍ ଓ କମ୍ବଳ ବ୍ୟବସାୟୀ ଗତ ରବିବାର ଆତ୍ମହତ୍ୟା କରିଥିଲେ । ଆଉ ମୃତ୍ୟୁ ପଛର କାରଣ, ଦୋକାନ ବନ୍ଦ ହୋଇଯିବାର ଚାପ ବୋଲି ପରିବାର ତରଫରୁ ଅଭିଯୋଗ ହୋଇଥିଲା । ଉଭୟଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସାଂଘାତିକ I ବିଏମସିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜୀବିକା ହରାଇ ଏପରି ଚରମ ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି ଦୁଇ ଛୋଟ ଉଠା ବ୍ୟବସାୟୀ । ପ୍ରଥମେ ଥଇଥାନ ନ କରି ଦୋକାନ ଉଛେଦ କରିବା କେତେଦୂର ଯଥାର୍ଥ ?

Leave A Reply

Your email address will not be published.