ସଂଗୀତ ଜଗତ ପାଇଁ ଆଉ ଏକ ଦୁଖଦଃ ଖବର : ବଲିଉଡ୍‌ର ଲୋକ ପ୍ରିୟ କଣ୍ଠଶିଳ୍ପୀ‌ କେକେଙ୍କର ମୃତ୍ୟୁ

34

ବଲିଉଡ ର ଲୋକପ୍ରିୟ ଗାୟକ କେ.କେ ଙ୍କର ଅକାଳ ବିୟୋଗ I ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା Iମଙ୍ଗଳବାର ସନ୍ଧ୍ୟାରେ କୋଲକାତାର ବିବେକାନନ୍ଦ କଲେଜରେ ଚାଲିଥିବା କାର୍ଯ୍ୟକ୍ରମରେ ସେ ଗୀତ ଗାଉଥିଲେ। ଏହି କନ୍ସର୍ଟ ପରେ ତାଙ୍କର ହୃଦଘାତ ହୋଇଥିଲା, ଯେଉଁଥିପାଇଁ ସେ ଖସିପଡିଥିଲେ ଇ ତେବେ ହଠାତ କେହି କିଛି ବୁଝିବା ବେଳକୁ ତାଙ୍କୁ ହୋଟେଲ କୁ ନିଆଯାଇଥିଲା ସେଠାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I

ଗାୟକ କେ.କେ.ଙ୍କର ସମ୍ପୂର୍ଣ୍ଣ ନାମ ଥିଲା କୃଷ୍ଣକୁମାର କୁଣ୍ଠ I କିନ୍ତୁ ସେ ସିଙ୍ଗର କେ.କେ ଭାବରେ ଅଧିକ ପ୍ରସିଦ୍ଧ ଥିଲେ I ସେ ଦିଲ୍ଲୀର ବାସିନ୍ଦା ଥିଲେ। ସେ ସେଠାରେ କିରଡ଼ି ମଲ୍ଲ କଲେଜରୁ ସ୍ନାତକ ସମାପ୍ତ କରିଥିଲେ I ସେ ପିଲାଦିନରୁ ପ୍ରସିଦ୍ଧ ଗାୟକ କିଶୋର କୁମାର ଏବଂ ଆରଡି ବର୍ମନଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ I ସେ ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ପ୍ରଥମେ ଷ୍ଟେଜ ରେ ଗାଇବା ଆରମ୍ଭ କରିଥିଲେ I ଏହା ପରେ ଧୀରେ ଧୀରେ ଆଗକୁ ବଢି ଚାଲିଲେ I ଏ ପର୍ଯ୍ୟନ୍ତ ସେ ୩ ହଜାରରୁ ଅଧିକ ଗୀତ ଗାଈ ଲୋକପ୍ରିୟ ହୋଇ ପାରିଛନ୍ତି ଇ ତାଙ୍କ ଲୋକ ପ୍ରିୟ ଗୀତ ଗୁଡିକ ମଧ୍ୟରୁ :୧୯୯୯ ମସିହାରେ ସେ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ହମ ଦିଲ ଦେ ଚୁକେ ସୋନମ ଫିଲ୍ମ ର ‘ତଡପ-ତଡପ’ ଗୀତ ଗାଈ ପ୍ରସିଦ୍ଧି ଲାଭ କରିଥିଲେ I ଏହାବାଦ ଦିଲ ଇବାଦତ, ଆଖୋ ମେ ତେରୀ, ତୁନେ ମାରି ଏଣ୍ଟ୍ରି, ଜରା ସି ଦିଲ ମେ, ଖୁଦା ଜାନେ କି ମେ ଫିଦା ଆଦି ରହିଛି I


ସେହି ବର୍ଷ ତାଙ୍କର ଏକ ଆଲବମ୍ ମଧ୍ୟ ମୁକ୍ତିଲାଭ କରିଥିଲା ​​I ଏହି ଆଲବମ୍ ର ଏକ ଗୀତ ‘ୟାଦ ଆଏଗା ୱୋ ପଲ୍’ ଯୁବକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା I ଆଜି ବି ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଦାୟ ସମାରୋହରେ ଏହା ଏକ ଲୋକପ୍ରିୟ ଗୀତ ଅଟେ I ତାଙ୍କ ଅକାଳ ବିୟୋଗ ରେ ସଂଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି I କେକେଙ୍କର ନିଧନରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.