ଆଉ ଜଣେ ଓଡିଆ ଯବାନ୍ ସହିଦ । ମଣିପୁରରେ ପାଟ୍ରୋଲିଂ ସମୟରେ ଦୁର୍ଘଟଣାରେ ଗଲା ଜୀବନ

84

ଦୁର୍ଘଟଣାରେ କାର୍ଯ୍ୟରତ ଯବାନ ସହିଦ । ବରଗଡ଼ ଭେଡେନ୍ ବାଘପାଲି ଗାଁର ଯବାନ ନୀଳାଞ୍ଚଳ ପଟେଲ ଦୁର୍ଘଟଣାରେ ସହିଦ ହୋଇଛନ୍ତି ।ସେ ୪୮-ଆସାମ ରାଇଫଲ୍ସରେ ମଣିପୁରରେ କାର୍ଯ୍ୟରତ ଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ । ଗାଡି ଦୁର୍ଘଟଣା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବରଗଡ଼ ସୁନାଲରମ୍ଭା ଗାଁର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ପୁଅ ନୀଳାଞ୍ଚଳ । ସେ ୨୦୦୪ ଆସାମ ରାଇଫଲରେ ଯୋଗଦେଇଥିଲେ । ୪ ବର୍ଷ ହେଲା ସେ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ମଣିପୁରରେ ରହୁଥିଲେ । ଏହି ଘଟଣା ଜଣାପଡ଼ିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଆସନ୍ତାକାଲି ତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିିବ ବୋଲି ଜଣାପଡ଼ିଛି ।

Comments are closed, but trackbacks and pingbacks are open.