ରାଜ୍ୟରେ ପୁଣି ଜଣେ ବିଧାୟକଙ୍କ ମୃତ୍ୟୁ

29

ଯାଜପୁରର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପୁଅ ତଥା ବିଂଝାରପୁରର ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ କାଲି ପୂର୍ବାହ୍ନରେ ପ୍ରାଣ ହରାଇଛନ୍ତି । ଗାଡି ର୍ଦୁଘଟଣାରେ ତାଙ୍କର ଦେହାନ୍ତ ହୋଇଛି ।

ବିଆର୍‌ଏସ୍ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ କୃଷକ ସମ୍ମୀଳନୀରେ ଯୋଗ ଦେବାକୁ ବାଇକରେ ଯାଉଥିବାବେଳେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ତାଙ୍କ ଉପରେ ହାଇୱା ମାଡି ଯାଇଥିଲା । ଫଳରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ସେତେବେଳେକୁ ବହୁତ ବିଳମ୍ବ ହୋଇଯାଇଥିଲା ।

ସେ ୧୯୯୫ ରୁ ୨୦୦୦ ଯାଏଁ କଂଗ୍ରେସ ଦଳରୁ ବିଧାୟକ ଥିଲେ । ସେ ନିକଟରେ ବିଆର୍‌ଏସ୍ ପାର୍ଟିରେ ସାମିଲ ହୋଇଥିଲେ । ତେବେ ଏପରି ନେତା , ବିଧାୟକଙ୍କ ମୃତ୍ୟୁକୁ ନେଇ ରାଜ୍ୟବାସୀ ମାନେ ମଧ୍ୟ ଚିନ୍ତିତ ।

Comments are closed, but trackbacks and pingbacks are open.