ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ : ୬ଟି ସ୍ଥାନରେ ଚାଲିଛି ରେଡ

25

ଭିଜିଲାନ୍ସ ଜାଲରେ ଆଉ ଜଣେ କୋଟିପତି ଯନ୍ତ୍ରୀ । ନୟାଗଡ଼ରେ ସହକାରୀ କାର୍ଯ୍ୟନିର୍ବାହୀ ଭାବେ କାର୍ଯ୍ୟରତ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଚାଲିଛି ଭିଜିଲାନ୍ସର ଚଢ଼ାଉ । ଗତକାଲି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଆର୍‌ଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍‌ଇ) ଆଶିଷ କୁମାର ଦାଶଙ୍କୁ ଭିଜିଲାନ୍ସ ଗିରଫହୋଇଥିବା ବେଳେ ଆଜି ସମାନ ଢଙ୍ଗରେ ଆଉଜଣେ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଭିଜିଲାନ୍ସ ପକ୍ଷରୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟ ଓ କ୍ୱାର୍ଟର୍ସ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରାଯାଉଥିବା ଜଣାପଡିଛି । ସେଥିମଧ୍ୟରୁ ପଟିଆରେ ଥିବା ଏକ ଫ୍ଲାଟ, କଟକ କିଶୋରନଗରରେ ଥିବା ପୈତୃକ ଘର, କଟକ ଆଲିସା ବଜାରରେ ଥିବା କୋଠା, ଖଣ୍ଡଗିରି ଅଂଚଳରେ ଥିବା ଦୁଇ ମହଲା କୋଠା, ନୟାଗଡ଼ରେ ଥିବା ଅଫିସ ଏବଂ ନୟାଗଡ଼ ଟାଉନରେ ଥିବା ବାସଭବନରେ ଏକକାଳୀନ ରେଡ୍ ଚାଲିଛି । ଭିଜିଲାନ୍ସର ୫ ଡିଏସ୍‌ପିଙ୍କ ସହ ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ରେଡ୍ ଚାଲିଛି । ଚଢ଼ାଉ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ଜବତ ହୋଇଥିବା ସର୍ବମୋଟ ସମ୍ପତି ର ମୂଲ୍ୟ ଆକଳନ କରାଯାଇ ପIରି ନାହିଁ I

Comments are closed, but trackbacks and pingbacks are open.