ପାକିସ୍ତାନରେ ଆଉଜଣେ ହିନ୍ଦୁ ଯୁବତୀଙ୍କ ଅପହରଣ

30

ଲାହୋର: ପାକିସ୍ତାନରେ ଆଉ ଜଣେ ହିନ୍ଦୁ ଯୁବତୀଙ୍କ ଅପହରଣ ମାମଲା ସାମ୍ନାକୁ ଆସିଛି । ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ରହୁଥିବା ଯୁବତୀଙ୍କ ପରିବାର ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି । ପରିଜନ ଥାନାରେ ତାଙ୍କ ନିଖୋଜ ମାମଲା ରୁଜୁ କରିଥିବା ବେଳେ ପୁଲିସ ଯୁବତୀଙ୍କ ତଲାସ କରୁଛି । ଅଭିଯୋଗ ଅନୁସାରେ ଚନ୍ଦା ମେହରାଜ ନାମକ ସମ୍ପୃକ୍ତ ଯୁବତୀ କୌଣସି କାମରେ ବାହାରକୁ ଯାଇ ଫେରୁଥିବା ବେଳେ ହାଇଦ୍ରାବାଦର ଫତେହ ଚୌକ ଅଞ୍ଚଳରେ ନିଖୋଜ ହୋଇଯାଇଛନ୍ତି । ପାକିସ୍ତାନରେ ଗତ ୧୫ ଦିନ ମଧ୍ୟରେ ହିନ୍ଦୁ ଯୁବତୀଙ୍କୁ ଅପହରଣ କରାଯିବା ଏହା ଚତୁର୍ଥ ଘଟଣା । ଏହା ପୂର୍ବରୁ ଦେଶରେ ହିନ୍ଦୁ ସମ୍ପ୍ରଦାୟର ତିନିଜଣ ଯୁବତୀଙ୍କୁ ଅପହରଣ କରି ସେମାନଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଇଥିଲା । ମିଡିଆ ରିପୋର୍ଟ୍ସ ଅନୁସାରେ ସେପ୍ଟେମ୍ବର ୨୪ରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ମୀନା ମେଘୱାରର ନସରପୁର ଅଞ୍ଚଳରେ ଅପହରଣ କରାଯାଇଥିଲା । ଏହାପରେ ମୀରପୁର ଖାସ୍‌ରେ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଥିଲା । ପାକିସ୍ତାନରେ ପ୍ରାୟ ଦିନ ହିନ୍ଦୁ ମହିଳାଙ୍କ ଅପହରଣ, ସେମାନଙ୍କ ଧର୍ମ ପରିବର୍ତ୍ତନ କରାଇବା ଏବଂ ହତ୍ୟା ମାମଲା ଭଳି ଘଟଣା ସାମ୍ନାକୁ ଆସୁଛି ।

Comments are closed, but trackbacks and pingbacks are open.