ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ

21

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜୟନ୍ତଙ୍କ ବାସଭବନ ଓ ଅଫିସ୍‌ ସହ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି। ତାଙ୍କ ନୟାଗଡ଼ ସ୍ଥିତ ବାସଭବନ ସହ ସରକାରୀ କାର୍ଯ୍ୟାଳୟ, ଭଡା ସୂତ୍ରରେ ଦେଇଥିବା ଏକ ଘର ଏବଂ ଶ୍ବଶୁରଙ୍କ ନାଁରେ ଥିବା ୨ଟି ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା ।
ଜୟନ୍ତ ଦୀର୍ଘ ଦିନ 4 ବର୍ଷ ଧରି ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଥିବାବେଳେ ବହୁ ବେନାମୀ ସମ୍ପତିର ଅଧିକାରୀ ହୋଇଥିବା ଅଭିଯୋଗ ହୋଇଥିଲା । ଜୟନ୍ତ ଙ୍କ ନାଁ ରେ ନିମ୍ନ ମାନର ଚାଉଳ ଓ ଗହମ ଯୋଗାଣ ସହ ସରକାରୀ ଅର୍ଥ ହଡ଼ପ କରିବା, ରାଇସ ମିଲର ମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରିବା ଓ ଯୋଗାଣ ବିଭାଗର ଟେଣ୍ଡର ଫିକ୍ସିଂ କରିବା ଭଳି ବହୁ ଅଭିଯୋଗ ହୋଇଥିଲା ତେବେ ଆଜି ଭୁବନେଶ୍ବର ଓ ନୟାଗଡ଼ ଭିଜିଲାନ୍ସ ଟିମ ପକ୍ଷରୁ ମିଳିତ ଭାବେ ରେଡ୍ କରାଯାଇଛି । ଏହି ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୨ ଲକ୍ଷ ୭୪ ହଜାର ଟଙ୍କା, ଗୋଟିଏ ଚାରି ଚକିଆ ଯାନ, ତିନିଟି ବାଇକ୍ ଓ ସୁନାଗହଣା ଜବତ କରାଯାଇଛି। ଜୟନ୍ତଙ୍କର ନୟାଗଡ଼ ଲେଙ୍କୁଡିପଦାରେ ଗୋଟିଏ ଚାରିମହଲା କୋଠା ରହିଛି। ସେହିପରି ଓଡଗାଁରେ ଦୁଇଟି ଦୁଇ ମହଲା ଘର ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି I

Leave A Reply

Your email address will not be published.