ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ

287

ଭୁବନେଶ୍ଵର: ପୁଣି ଆଜି ଆଉ ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସମ୍ୱଲପୁର ସ୍ଥିତ ଷ୍ଟେଟ୍ ଡ୍ରଗସ ଟେଷ୍ଟିଂ ଲ୍ୟାବର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଟିମ ଚଢାଉ କରିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରର ୭ଟି ସ୍ଥାନରେ ଏକା ସମୟରେ ଚଢାଉ ଚାଲିଛି। ଏହି ଚଢାଉରେ ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଓ ୪ ଜଣ ଏଏସଆଇ ସାମିଲ ଅଛନ୍ତି। ଭୁବନେଶ୍ବରର ନୟାପଲ୍ଲୀ ସ୍ଥିତ ବେହେରା ସାହି ସ୍ଥିତ ମେଟ୍ରୋସିଟିରେ ଥିବା ୨ଟି ଫ୍ଲାଟ, ଭୁବନେଶ୍ବର ଏସପ୍ଲାନେଡ୍ ମଲରେ ଥିବା ସ୍ଥାନ, ଭୁବନେଶ୍ବର ବଳଭଦ୍ରପୁରରେ ଥିବା ପ୍ରେଷ୍ଟିଜ ଆପାର୍ଟମେଣ୍ଟର ଫ୍ଲାଟ, ସମ୍ବଲପୁର ବରେଇପାଲ୍ଲୀରେ ଥିବା ଭଡ଼ାଘର, ବ୍ରହ୍ମପୁର ଚର୍ଚ୍ଚ ରୋଡରେ ଥିବା ପୈତୃକ ଘର, ସମ୍ବଲପୁରରେ ଥିବା ତାଙ୍କ ଅଫିସ ଚାମ୍ବର। ତେବେ କେତେ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ ହେଲାଣି ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Comments are closed, but trackbacks and pingbacks are open.