ପୁଣି କେନ୍ଦ୍ରାପଡାରେ ଲଜ୍ଜା: 9 ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

26

ଭୁବନେଶ୍ବର: କେନ୍ଦ୍ରାପଡା ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା । ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜଣେ ନାବାଳକଙ୍କୁ ଅଟକ ରଖିଛି ପାଟକୁରା ପୋଲିସ । କିଛିଦିନ ତଳେ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକମାନଙ୍କ ଦ୍ୱାରା ଜଣେ ନାବାଳିକା ଛାତ୍ରୀ ପାଶବିକ ଅତ୍ୟାଚାରର ଶିକାର ହେବା ଘଟଣା କେନ୍ଦ୍ରାପଡାକୁ ନିନ୍ଦିତ କରିଥିଲା । ଏବେ ପୁଣି ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଉଥରେ ଜିଲ୍ଲାକୁ ଲଜ୍ଜିତ କରାଇଛି। ଦୋଳ ମେଳଣ ଅବସରରେ ଅପେରା ପରିବେଷଣ ଚାଲିଥିବାବେଳେ ଜଣେ ୯ ବର୍ଷର ନାବାଳିକାକୁ ଅପେରା ପାଖରୁ ଡାକି ନେଇ ଜଣେ ୧୬ ବର୍ଷର ନାବାଳକ ଦୁଷ୍କର୍ମ କରିବା ଘଟଣା ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଅପରାଧିକ ଘଟଣାଟି ମାର୍ଚ୍ଚ ୩ ତାରିଖରେ ଘଟିଥିବାବେଳେ ନାବାଳିକାଙ୍କ ପରିବାର ପକ୍ଷରୁ ଗତକାଲି ଅର୍ଥାତ ସୋମବାର ପାଟକୁରା ଥାନାରେ ଅଭିଯୋଗ କରାଯାଇଥିଲା। ତତ୍କାଳ ପଦକ୍ଷେପ ସ୍ୱରୂପ ପାଟକୁରା ପୋଲିସ ଅଭିଯୁକ୍ତ ନାବାଳକକୁ ଥାନାକୁ ଆଣି ପଚରାଉଚୁରା ଜାରି ରଖିଛି।

Comments are closed, but trackbacks and pingbacks are open.