୭ରେ ଆଉ ଏକ ଲଘୁଚାପ ସମ୍ଭାବନା : ଆଇଏମଡି

32

ଆସନ୍ତା ୭ ତାରିଖ ବେଳକୁ ରାଜ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ସେପ୍ଟେମ୍ବର ମାସ ପାଇଁ ପାଣିପାଗ ଆକଳନ ଅବସରରେ ଏହି ପୂର୍ବାନୁମାନ କରିଛି ଆଇଏମ୍‌ଡି। ସେହିପରି ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଦୁର୍ବଳ ମୌସୁମୀ ଜାରି ରହିବ ବୋଲି ଆଇଏମ୍‌ଡି ଆକଳନ କରିଛି। ତେବେ ୫ ତାରିଖ ପରେ ବର୍ଷାର ପରିମାଣ ବଢ଼ିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Comments are closed, but trackbacks and pingbacks are open.