ପୁଣି ଏକ ସାଇବର କ୍ରାଇମ : OCAC ମୁଖ୍ୟଙ୍କ ହ୍ୱାଟ୍ସଆପ ନମ୍ବର ହ୍ୟାକ୍ କରି 7 ଲକ୍ଷ ଲୁଟିନେଲେ

23

ଓକାକ ସିଇଓ ମନୋଜ କୁମାର ପଟ୍ଟନାୟକ ଙ୍କ ହ୍ୱାଟ୍ସ ଆପ ନମ୍ବର ହ୍ୟାକ୍ କରି ୭ ଲଷ ଟଙ୍କା ଲୁଟିନେଲେ ହ୍ୟାକର୍ । ହ୍ବାଟ୍ସ ଆପ ନମ୍ବର ହ୍ୟାକ କରି ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିଲେ ହ୍ୟାକର୍ ।
ଓକାକ ସିଇଓଙ୍କ କହିବାନୁଯାୟୀ, ଏକ ଅଜଣା ନମ୍ବରରୁ ତାଙ୍କୁ କଲ୍ ଆସିଥିଲା । ତାହା ହ୍ୱାଟ୍ସଆପ କଲ୍ ଥିଲା କି ନରମାଲ୍ କଲ୍ ତାହା ଜଣାପଡିନାହିଁ । କିନ୍ତୁ ଫୋନ୍ କରିଥିବା ବ୍ୟକ୍ତିଙ୍କ ସହ କୌଣସି କଥାବର୍ତ୍ତା ହୋଇପାରିନଥିଲେ । ପ୍ରାୟ 30 ସେକେଣ୍ଡ ରହିବା ପରେ କଲ୍ ଡ୍ରପ୍ ହୋଇଥିଲା । ତେବେ ବୋଧ ହୁଏ ସେହି ସମୟରେ ତାଙ୍କର ହ୍ୱାଟ୍ସ ଆପ ନମ୍ବର ହ୍ୟାକ୍ ହୋଇଥାଇପାରେ ବୋଲି କହିଛନ୍ତି ମନୋଜ ପଟ୍ଟନାୟକ । ସେ କୌଣସି ଲିଙ୍କ୍ ରେ କ୍ଲିକ୍ କରିନାହାନ୍ତି କି କୌଣସି ଆପ୍ ଡାଉନଲୋଡ୍ କରିନାହାନ୍ତି । ତେବେ ହ୍ୟାକରମାନେ ତାଙ୍କ କ୍ଲୋଜ୍ କଣ୍ଟାକ୍ଟଙ୍କୁ ଟଙ୍କା ମାଗିଥିଲେ । ଏପରିକି ମନୋଜଙ୍କ ସମ୍ପର୍କୀୟରୁ 5 ଜଣ 7 ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି । ତେବେ ତା ମଧ୍ୟରୁ ଜଣେ ବ୍ୟକ୍ତି ମନୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କଥା ପଚାରିବାକୁ ଫୋନ କରିବାରୁ ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କର ହ୍ୱାସ୍ପଆପ୍ ନମ୍ବର ହ୍ୟାକ୍ ହୋଇଛି । ଓ କେହି ଜଣେ ତାଙ୍କ କ୍ଲୋଜ କଣ୍ଟାକ୍ଟକୁ ଟଙ୍କା ମାଗିଛି । UPI ଓ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ହ୍ୟାକର ଟଙ୍କା ଲୁଟିନେଇଥିବା ଜଣାପଡିଛି I ତେବେ ଏ ସମ୍ପର୍କରେ ସହିଦ ନଗର ଥାନାରେ ଅଭିଯୋଗ କରିଛନ୍ତି ମନୋଜ ପଟ୍ଟନାୟକ ।

Leave A Reply

Your email address will not be published.