ଭିଜିଲାନ୍ସ ଜାଲରେ ପୁଣି ଜଣେ କୁବେର ଯନ୍ତ୍ରୀ

32

ଭିଜିଲାନ୍ସ ଜାଲ ରେ ପୁଣି ଜଣେ କୁବେର ଯନ୍ତ୍ରୀ I ଏଥର ଭିଜିଲାନ୍ସ ଜାଲରେ ପଡିଛନ୍ତି ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ରୁରାଲ୍ ୱାର୍କ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀ I ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କର ପ୍ରାୟ ୭ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଠାବ କରିଛି ଭିଜିଲାନ୍ସ । ଏହା ସହିତ ଭିଜିଲାନ୍ସ ଚଢାଉ ବେଳେ ଗଦି ତଳୁ ବାହାରିଲା ୧୬ ଲକ୍ଷ ୭୦ ହଜାର ଟଙ୍କା । ନିର୍ବାହୀ ଯନ୍ତ୍ରୀ ଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ ହେଇଥିଲା ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ସକାଳୁ ସକାଳୁ ଚଢ଼ାଉ ଆରମ୍ଭ ହେଇଯାଇଥିଲା I ଘରୁ ମିଳିଥିଲା ପୁଳା ପୁଳା ଟଙ୍କା I ଉଭା ଯେତେ ପୋତା ସେତେ I ତେବେ ପ୍ରଥମେ ଜଗନ୍ନାଥ ସେଠୀ ଓ ତାଙ୍କ ପୁଅ ଭିଜିଲାନ୍ସଙ୍କୁ ଅସହଯୋଗ କରିଥିଲେ ଏହା ସହିତ ସର୍ଚ୍ଚ ଓ୍ୱାରେଣ୍ଟ ସତ୍ତ୍ୱେ ବି ଭିଜିଲାନ୍ସ ଟିମ୍‌କୁ ଘର ଭିତରକୁ ଛାଡି ନ ଥିଲେ ଜଗନ୍ନାଥ ସେଠୀ ଓ ତାଙ୍କ ପୁଅ । ଶେଷରେ କବାଟ ଭାଙ୍ଗି ଭିତରକୁ ପଶିଥିଲେ ଅଧିକାରୀ ।

ଭିଜିଲାନ୍ସ ପକ୍ଷରୁ ବୁଧବାର ଏକାସହିତ ୫ଟି ସ୍ଥାନରେ ରେଡ୍ କରାଯାଇଥିଲା । ବ୍ରହ୍ମପୁର ଗଜପତି ନଗରରେ ୫ ମହଲା ଓ ୪ ମହଲାର ୨ ଟି କୋଠା । ଭୁବନେଶ୍ୱର ଏମସ୍ ନଗରରେ ୪ ମହଲା ଆଲିସାନ୍ କୋଠା । ଭୁବନେଶ୍ୱରର ପ୍ରମୁଖ ସ୍ଥାନମାନଙ୍କରେ ୧୨ ଟି ପ୍ଲଟ୍ ମଧ୍ୟ ଠାବ । ୮୫ ଲକ୍ଷର ବ୍ୟାଙ୍କ ଜମା, ୨ଟି ଏସୟୁଭି କାର୍, ୨୦ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଆୟ ବହିର୍ଭୁତ ସମ୍ପତ୍ତି ର ସଠିକ ତଥ୍ୟ ମିଳି ପାରି ନାହିଁ I
ଏହି ଚଢ଼ାଉ ବେଳେ ଭିଜିଲାନ୍ସ ଟିମ ରେ ଜଣେ ଆଡିସନାଲ ଏସପି, ୪ ଡିଏସପି ଓ ୧୦ ଇନ୍ସପେକ୍ଟରଙ୍କ ତତ୍ୱାବଧାନରେ ଏହି କୋଟିପତି ଯନ୍ତ୍ରୀଙ୍କ ସମ୍ପତିର ଆକଳନ କରାଯାଉଛି ।

Comments are closed, but trackbacks and pingbacks are open.