ଆରବିଆଇ ର ଆଉ ଏକ ବଡ଼ ଝଟକା, 4.40% ରେପୋ ରେଟ ବୃଦ୍ଧି: ବଢ଼ିଯିବ କାର ଓ ଗୃହଋଣ EMI

40

ଦେଶରେ ଦୁଇ ବର୍ଷ ଧରି କରୋନା ମାଡ଼ ରେ ଆର୍ଥିକ ପରିସ୍ଥତି ବିଗିଡି ଯାଇଥିବାବେଳେ ,ହୁ ହୁ ହୋଇ ବଢି ଚାଲିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ର ମୂଲ୍ୟବୃଦ୍ଧି I ଏହା ସହିତ ତାଳ ଦେଇ ଆରବିଆଇ ଗ୍ରାହକ ଙ୍କୁ ଆଉ ଏକ ଝଟକା ଦେଇଛି I ରେପୋ ରେଟ୍ ବୃଦ୍ଧି କରିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ (ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ) ବୁଧବାର ଘୋଷଣା କରିଛନ୍ତି। ରେପୋ ହାର ଆରବିଆଇ ଦ୍ୱାରା 0.40% ବୃଦ୍ଧି କରାଯାଇଛି I ଏହା ସହିତ ରେପୋ ହାର ୪ ପ୍ରତିଶତରୁ 4.40% କୁ ବୃଦ୍ଧି ପାଇଲା I ଏହାପୂର୍ବରୁ, ଆରବିଆଇ ଗତ ୨୨ ମଇ ୨୦୨୦ ରେ ରେପୋ ରେଟ୍ ପରିବର୍ତ୍ତନ କରିଥିଲା ​​I ରିଜର୍ଭ ବ୍ୟାଙ୍କର ଏହି ଘୋଷଣା ପରେ ଲୋକଙ୍କ ଉପରେ ଏବେ ଇଏମ୍‌ଆଇର ବୋଝ ବଢ଼ିପାରେ। ଏଥିସହ ବ୍ୟାଙ୍କ ଗୁଡିକ ବ୍ୟାଙ୍କଗୁଡିକ ଋଣ ଉପରେ ସୁଧ ହାର ବଢ଼ାଇବା ପାଇଁ ରାସ୍ତା ସଫା ହୋଇଯାଇଛି।
ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହଠାତ୍ ଏକ ପ୍ରେସ୍ କନଫରେନ୍ସ କରି ରେପୋ ରେଟ୍ ବୃଦ୍ଧି ବିଷୟରେ ଘୋଷଣା କରିଥିଲେ । ସେ କହିଥିଲେ ଯେ, ଇକୋନୋମିର ପରିସ୍ଥିତି ବିଷୟରେ ଆଲୋଚନା କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ମୌଦ୍ରିକ ନୀତି ସମିତି ବୈଠକ କରାଯାଇଥିଲା । ଉକ୍ତ ବୈଠକରେ ଏମପିସି ସଦସ୍ୟମାନେ ରେପୋ ରେଟ୍ ୦.୪୦ ପ୍ରତିଶତ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିଲେ । ଅସମ୍ଭାଳ ମହଙ୍ଗା କାରଣରୁ ଏମପିସି ଏହି ନିଷ୍ପତ୍ତି ନେଇଥିଲା ।
ଆରବିଆଇ ଗଭର୍ଣ୍ଣର ତାଙ୍କ ନିଷ୍ପତି ରେ କହିଛନ୍ତି ଯେ ବିଶ୍ୱ ଅର୍ଥନୀତିର ଅବସ୍ଥା ବିଗିଡି ଯାଉଛି। ଅର୍ଥନୀତି ଉପରେ ମୁଦ୍ରାସ୍ଫୀତି ଚାପ ଜାରି ରହିଛି I ଦିନକୁ ଦିନ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଚିନ୍ତାଜନକ ଅଟେ। ରୁଷ ୟୁକ୍ରେନ ଯୁଦ୍ଧ ହେତୁ ମୁଦ୍ରାସ୍ଫୀତି ଏବଂ ଅଭିବୃଦ୍ଧିର ହାର ବଦଳି ଯାଇଛି I ଆରବିଆଇ ଦ୍ୱାରା ରେପୋ ରେଟ୍ ବୃଦ୍ଧି ପରେ ଷ୍ଟକ୍ ମାର୍କେଟରେ ବିକ୍ରି ମଧ୍ୟ ବୃଦ୍ଧି ପାଇଛି I

ରିଜର୍ଭ ବ୍ୟାଙ୍କ ଏମପିସି ରେପୋ ରେଟ୍ ସହିତ କ୍ୟାଶ ରିଜର୍ଭ ରେସିଓ (ସିଆରଆର)କୁ ମଧ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଅର୍ଥନୀତିର ଗ୍ରୋଥକୁ ମଜବୁତ ବନାଇବା ପାଇଁ ସୁଧ ହାର ବୃଦ୍ଧି କରାଯାଇଛି । ଆରବିଆଇ ଏମପିସି ରେପୋ ରେଟ୍ ବୃଦ୍ଧି ସହିତ ଆକୋମୋଡେଟିଭ ମନିଟାରୀ ପଲିସିକୁ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଥିବା ଶ୍ରୀ ଦାସ କହିଥିଲେ ।

Comments are closed, but trackbacks and pingbacks are open.