ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ନିରଞ୍ଜନ ସେଠୀ ଙ୍କ ସହିତ ଆଉ ଜଣେ ଗିରଫ

27

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଗିରଫ ପୂର୍ବତନ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ ଓଡିଶା ସରକାର ଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ (ଟେକ୍ନିକାଲ ଡ଼ାଇରେକଟର ) ଅଧୀନ ରେ କାର୍ଯ୍ୟ କରି ଗତ ଫେବୃଆରୀ ୨୮ ରେ ଅବସର ଗ୍ରହଣ କରିଛନ୍ତି I ନିରଞ୍ଜନ ସେଠୀଙ୍କ ସହ ରଂଜନ ନାୟକ ନାମକ ଅନ୍ୟଜଣେ ଅଭିଯୁକ୍ତ କୁ ମଧ୍ୟ ଚାନ୍ଦବାଲି ପୋଲିସ ଗିରଫ କରିଛି I ମାନସ ସ୍ୱାଇଁ ଙ୍କୁ ଅପହରଣ କରିବା,ମାଡ଼ ମାରିବା ଓ ମୃତ ଶରୀରକୁ ଲୁଚାଇବା ଭଳି ସଂଗୀନ ଘଟଣା ରେ ନିରଞ୍ଜନ ସେଠୀଙ୍କ ହାତ ଥିବା ଚାନ୍ଦ ବାଲି ପୋଲିସ ପ୍ରେସ ମିଟ ଜରିଆରେ ପ୍ରକାଶ କରିଛି I ଏ ନେଇ ଚାନ୍ଦବାଲି ଆଡିସନାଲ ଏସପି ଯତୀନ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତେବେ ଏହି ଜଘନ୍ୟ ହତ୍ୟା କାଣ୍ଡ ର ମାଷ୍ଟର ମାଇଣ୍ଡ ୱେବ ପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ ଏପର୍ଯ୍ୟନ୍ତ ଫେରାର ରହିଛି Iକେବଳ ଶର୍ମିଷ୍ଠା ନୁହେଁ, ତାଙ୍କ ସହିତ ଆଉ ଜଣେ ମହିଳା ମଧ୍ୟ ଘଟଣା ପରଠାରୁ ଫେରାର ଅଛନ୍ତି । ସେହିପରି ପୂର୍ବରୁ ହତ୍ୟାକାଣ୍ଡରେ ସାମିଲ ଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିସାରିଛି ପୋଲିସ । ତେବେ ଯେଉଁ କ୍ୟାମେରା ର ଚିପ କୁ ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି ,ସେହି ଚିପ ରେ କଣ ଥିଲା ,ସେ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ଜଣI ପଡି ନାହିଁ I ଏହାବାଦ ୱେବ ପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ ଙ୍କ ସହିତ ଶ୍ରୀ ସେଠୀ ଙ୍କର ସମ୍ପର୍କ କଣ ଏ ସମ୍ପର୍କ ରେ ବିଭିନ୍ନ ଆଡେ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ପର୍ଯ୍ୟନ୍ତ ପୋଲିସ ଏ ପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ପ୍ରକାଶ କରିନାହିଁ Iଚାନ୍ଦବାଲି ପୋଲିସ ର ତଥ୍ୟ ଅନୁସାରେ ଯାହା ଜଣIପଡୁଛି ଖୁବ ଶୀଘ୍ର ଶର୍ମିଷ୍ଠା ରାଉତ ମଧ୍ୟ ପୋଲିସ କବ୍ଜାକୁ ଆସିବ I

Comments are closed, but trackbacks and pingbacks are open.