ରାଜ୍ୟରେ ଆଉ ୧୭ କରୋନା ସଂକ୍ରମିତ ଚିହ୍ନଟ

16

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭ ଜଣ ଚିହ୍ନଟ ହୋଇଛନ୍ତି । ଆଜି ୧୮ ବର୍ଷରୁ କମ୍ ବୟସର ୧ ଜଣ ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୨୩୯ରେ ପହଞ୍ଚିଛି ।

ସେହିପରି ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୯୨୯ ରହିଥିବା ବେଳେ ୧୩୧ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.