ମାଛ ଚାଷ ପାଇଁ ବାର୍ଷିକ କାର୍ଯ୍ୟକ୍ରମ (ଏକର ପ୍ରତି)

42

ଜାନୁଆରୀ (ମାଘ ମାସ) : ମାଛ ଚାଷ କରିବା ପାଇଁ ପୋଖରୀ ଚୟନ । ଗ୍ରାମାଞ୍ଚଳର ପଞ୍ଚାୟତ କିମ୍ବା ଅନ୍ୟ ପୁରାତନ ପୋଖରୀ ମଧ୍ୟ ସ୍ଥିର କରାଯାଇପାରିବ ।
ଫେବୃଆରୀ – ଏପ୍ରିଲ (ଫାଲଗୁନ-ଚୈତ୍ର ମାସ) :
୧. ମାଛଚାଷ ପୋଖରୀ ପୁନରୁଦ୍ଧାର କରନ୍ତୁ ।
୨. ପୁରାତନ ପୋଖରୀ ଲିଜରେ ନେଇପାରିବେ ।
୩. ପୁରାତନ ପୋଖରୀରୁ ପୁରଣା ମାଛ ଧରି ଆବଶ୍ୟକସ୍ଥଳେ ପଙ୍କ ଉଦ୍ଧାର କରନ୍ତୁ ।
୪. ନୂତନ ପୋଖରୀ ପାଇଁ ବ୍ଲକ୍ ସହକରୀ ମତ୍ସ୍ୟ ଅଧିକାରୀଭ୍‌କୁ ଯୋଗାଯୋଗ କରନ୍ତୁ । ନୂତନ ପୋଖରୀର ପ୍ଲନ୍ ଏବଂ ଅଟକଳ ନିର୍ଦ୍ଦିଷ୍ଟ କରି ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ ।
ମଇ (ବୈଶାଖ ମାସ) :
ପୋଖରୀ ଖୋଳା ବା ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରି ପ୍ରସ୍ତୁତି ଆରମ୍ଭ କରନ୍ତୁ ।
ଜୁନ୍ (ଜ୍ୟେଷ୍ଠ-ଆଷାଢ଼ ମାସ) :
ଚୂନ ପ୍ରୟୋଗ, ମାଟି ଓ ପାଣି ପରୀକ୍ଷା ଓ ପୋଖରୀରେ ଏକ ମିଟର ସଫା ପାଣି ପୂରାନ୍ତୁ ।
ଜୁଲାଇ (ଆଷାଢ଼-ଶ୍ରାବଣ ମାସ) :
୧. ଜୈବିକ ସାହର (କଞ୍ଚା ଗୋବର ୨୦୦୦ କି.ଗ୍ରା.) ପ୍ରଥମ ପନ୍ଦର ଦିନରେ ପ୍ରୟୋଗ କରନ୍ତୁ ।
୨. ରାସାୟନିକ ସାର ପ୍ରୟୋଗ କରନ୍ତୁ ଏକର ପ୍ରତି CAN -୨୫ କି.ଗ୍ରା. ଏବଂ SSP -୨୫ କି.ଗ୍ରା. ପୟୋଗ କରନ୍ତୁ ।
ଅଗଷ୍ଟ (ଶ୍ରାବଣ ମାସ) :
ପୋଖରୀରେ ଅଣୁ ଖାଦ୍ୟ ତନଖି କରନ୍ତୁ ଏବଂ ଉନ୍ନତି ଅଙ୍ଗୁଳିକା ଯାଆଁଳ ଛାଡ଼ିବା ବ୍ୟବସ୍ଥା କରନ୍ତୁ ।
ଅଗଷ୍ଟ-ଅକ୍ଟୋବର (ଶ୍ରାବଣ- କାର୍ତ୍ତିକ ମାସ) :
୧. ପ୍ରତ୍ୟେକ କୃତ୍ରିମ ଖାଦ୍ୟ ବାଦାମ ପିଡ଼ିଆ ଏବଂ କାଣ୍ଡିଆ କୁଣ୍ଡା ସମପରିମାଣ ମୋଟ ୧ କି.ଗ୍ରା. ୫୦୦ ଗ୍ରାମ ପ୍ରତ୍ୟହ ପ୍ରୟୋଗ କରନ୍ତୁ ।
୨. ଏଠାରେ ପ୍ରୋଟିନ୍‌ଯୁକ୍ତ ପୂରକ ଖାଦ୍ୟ ପ୍ରୟୋଗ କରିପାରିବେ ।
ନଭେମ୍ବର-ଜାନୁଆରୀ (କାର୍ତ୍ତିକଠାରୁ ମାଘ ମାସ) :
ପ୍ରତ୍ୟହ କୃତ୍ରିମ ଖାଦ୍ୟ ୩ କି.ଗ୍ରା. ପ୍ରୟୋଗ କରନ୍ତୁ ।
ଫେବୃଆରୀ-ଏପ୍ରିଲ (ମାଘଠାରୁ ଚୈତ୍ର ମାସ) :
ପ୍ରତ୍ୟହ ୪ କି.ଗ୍ରା. ୫୦୦ ଗ୍ରାମ୍ ଖାଦ୍ୟ ପ୍ରୟୋଗ କରନ୍ତୁ ।
ଏପ୍ରିଲ (ପରବର୍ତ୍ତୀ ବର୍ଷ) :
୧. ମାଛ ଧରିବା କାର୍ଯ୍ୟ ସମ୍ପାଦନା କରନ୍ତୁ ।
୨. ମାଛ ଧରିବା ପୂର୍ବରୁ ଉପଯୁକ୍ତ ପରିମାଣ ବରଫ ସଂରକ୍ଷିତ ରଖନ୍ତୁ ଏବଂ ବିକ୍ରି ପାଇଁ ବନ୍ଦୋବସ୍ତ କରନ୍ତୁ । ଆବଶ୍ୟକସ୍ଥଳେ ୨-୩ ଥରରେ ମାଛ ଧରିବା ଉଚିତ ।
୩. ଯଦି ବର୍ଷିକିଆ ଯାଆଁଳ ଛାଡ଼ିବା ବ୍ୟବସ୍ଥା ଥାଏ ତେବେ ଚାଷ ପଦ୍ଧତି ସାମାନ୍ୟ ଭିନ୍ନ ହେବ ।
ଉନ୍ନତ ପରିଚାଳନା ପଦ୍ଧତି ପାଇଁ କେତେକ ସୂଚନା :
୧. ପ୍ରତି ମାସରେ ଥରେ ଜାଲ ପକାଇ ମାଛର ବୃଦ୍ଧି ଓ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ।
୨. ଯଦି ରୋଗ ହୋଇଥାଏ ଏକର ପ୍ରତି ୮୦ କି.ଗ୍ରା. ଚୂନ (ଉବଉକ୍ଟ୩) କିମ୍ବା ସିଫାକ୍ଟ ପ୍ରୟୋଗ କରନ୍ତୁ ।
୩. ମାଛଚାଷରେ କଞ୍ଚା ଗୋବର ବଦଳରେ କୁକୁଡ଼ା ମଳ ଏକର ପ୍ରତି ୫୦୦ କି.ଗ୍ରା. ପ୍ରୟୋଗ କରାଯାଇପାରିବ ।
୪. ପାଣିର ଅମ୍ଳତ୍ୱ, ପ୍ରାକୃତିକ ଅଣୁଖାଦ୍ୟ ପ୍ରତି ମାସରେ ନିୟମିତ ପରୀକ୍ଷା କରିବା ଦରକାର । ଆବଶ୍ୟକସ୍ଥଳେ ପୂରକ ଖାଦ୍ୟ ପ୍ରୟୋଗ କରାଯାଏ ।
୫. ଅଧିକ ଯାଆଁଳ ଛଡ଼ା ଯାଇଥିବା ପୋଖରୀରେ ନିୟମିତ ପୂରକ ଖାଦ୍ୟ ପ୍ରୟୋଗ ଜରୁରୀ ଅଟେ ।
୬. ପୋଖରୀରେ ଶିକାରୀ ଓ ଅଦରକାରୀ ମାଛ ଓ ଦଳ ନିରାକରଣ ଅତ୍ୟନ୍ତ ଜରୁରୀ ।

Comments are closed, but trackbacks and pingbacks are open.