ନୂଆଦିଲ୍ଲୀ: ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ(ଏନଏଚଏଆଇ) ଜାତୀୟ ରାଜପଥ ପାଇଁ Fast Tag ବାର୍ଷିକ ପାସ୍ ଆରମ୍ଭ କରିଥିଲା । ୬ ମାସ ଭିତରେ ୫୦ ଲକ୍ଷରୁ ଅଧିକ ୟୁଜର୍ସ ଆକ୍ଟିଭ କରିଛନ୍ତି । ଏହି ସମୟରେ ୨୬.୫୫ କୋଟିରୁ ଅଧିକ ନେଣଦେଣ ହୋଇଥିବା ପ୍ରାଧୀକରଣ ପକ୍ଷରୁ କୁହାଯାଇଥିଲା । ତେବେ ଗାଡିଚାଳକଙ୍କୁ ଏବେ ବାର୍ଷିକ ପାସ୍ ପାଇଁ ଅଧିକ ଟଙ୍କା ଗଣିବାକୁ ପଡିବ । ଏନଏଚଆଇ କହିଥିଲା ଯେ, ବାର୍ଷିକ ପାସକୁ ଗାଡିଚାଳକ ପସନ୍ଦ କରୁଛନ୍ତି । ଫଳରେ ୟଜର୍ସଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ହେଲେ ଏବେ ସେମାନଙ୍କ ପକେଟ୍ ଉପରେ ବୋଝ ପଡିବାକୁ ଯାଉଛି । ଏନଏଚଆଇ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ପାସର ମୂଲ୍ୟ ବଢାଇ ୩ ହଜାର ୭୫ ଟଙ୍କା କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ୨୦୨୬ ଏପ୍ରିଲ ୧ରୁ ଲାଗୁ ହେବ । ବର୍ତ୍ତମାନ ଏହି ପାସର ମୂଲ୍ୟ ୩ ହଜାର ଟଙ୍କା ରହିଛି । ଟୋଲ୍ ଟ୍ୟାକ୍ସ ନିୟମ ରାଷ୍ଟ୍ରୀୟ ରାଜମାର୍ଗ ଉପରେ ଟୋଲ୍ ଶୁଳ୍କ ନିୟନ୍ତ୍ରିତ କରିଥାଏ । Fast Tag ବାର୍ଷିକ ପାସ୍ ଅଣ କମର୍ସିଆଲ ବାହନ ପାଇଁ ଉଦ୍ଦିଷ୍ଟ । ଏହାର ବ୍ୟବହାର ଭାରତର ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ପ୍ରାୟ ୧୧୫୦ ଟୋଲ୍ ପ୍ଲାଜାରେ ବ୍ୟବହାର କରାଯାଉଛି । ଗାଡିରେ ଏକ ଭାଲିଡ ଫାଷ୍ଟ୍ୟାଗ ଲାଗିବା ଜରୁରୀ । ସରକାରୀ ତଥ୍ୟ ଅନୁସାରେ, ୫୬ ଲକ୍ଷରୁ ଅଧିକ ଗାଡି ଚାଳକ ହିଁ ବାର୍ଷିକ ପାସ୍ ପାଇଁ ପଞ୍ଜିକରଣ କରି ସାରିଛନ୍ତି ।
Comments are closed, but trackbacks and pingbacks are open.