ବାର୍ଷିକ ରାଶିଫଳ -୨୦୨୨

20

ଜ୍ୟୋତିଷଙ୍କ କହିବାନୁସାରେ, ଏପ୍ରିଲ ୨୦୨୨ ପରେ, କରୋନା ଭାଇରସର ପ୍ରଭାବ କମିବା ଆରମ୍ଭ ହେବ କିନ୍ତୁ ଏହା ଏପ୍ରିଲ ୨୦୨୩ ପୂର୍ବରୁ ଶେଷ ହେବ ନାହିଁ Iଏଥି ସହିତ, କୋଭିଡ୍ ର ତୃତୀୟ ତରଙ୍ଗ ଜାନୁୟାରୀ ୨୦୨୨ ରୁ ଆରମ୍ଭ ହେବ ଏବଂ ଏହାକୁ ରୋକିବା ପାଇଁ ରାଜ୍ୟଗୁଡିକୁ ପ୍ରତିବନ୍ଧକ ବୃଦ୍ଧି କରିବାକୁ ପଡିବ I କୃଷକଙ୍କ ଆନ୍ଦୋଳନ ପୁଣିଥରେ ମୁଣ୍ଡ ଟେକିବ। ମେ ମାସରେ ଦେଶରେ ଏକ ନୂଆ ଆଇନ ତିରି ହେବ I ମୋଟ ଉପରେ, ଦେଶ ରେ ଅନେକ ପରିବର୍ତ୍ତନ ହେବ I କେତେକ ରାଜ୍ୟରେ ବିଜେପିର ଲୋକପ୍ରିୟତା ହ୍ରାସ ପାଇବ, କିନ୍ତୁ ଉତ୍ତରପ୍ରଦେଶରେ କେବଳ ଯୋଗୀ ସରକାର ଗଠନ କରିବେ।
ନୂଆବର୍ଷ ର ଆଗମନ ପାଇଁ ଆଉ ଅଳ୍ପ କେତେ ଘଣ୍ଟା ବାକି ରହିଛି I ନୂଆ ବର୍ଷରେ ଅନେକ ରାଶି ଚମକିବାକୁ ଯାଉଛନ୍ତି ୧୨ ଟି ଉପରେ ନୂଆବର୍ଷ ୨୦୨୨ କିଭଳି ପ୍ରଭାବ ପକାଉଛି , ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ

ମେଷ :ମେଷ ରାଶି ପାଇଁ ନୂଆବର୍ଷ ୨୦୨୨ ଅତି ସୁନ୍ଦର ଭାବରେ କାଟିବାକୁ ଯାଉଛି I ଗତ କିଛି ବର୍ଷ ଧରି ଆପଣ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ତାହା ଦୂର ହେବ I ଘର, ବ୍ୟବସାୟ , ବୃତ୍ତି, ଅର୍ଥ ସମେତ ପ୍ରତ୍ୟେକ କ୍ଷେତ୍ରରେ ଭଲ ସଫଳତା ମିଳିବ, ଆପଣ ଏକ ଘର କିଣି ପାରିବେ I ପଦୋନ୍ନତି ସୁଯୋଗ ଉପଲବ୍ଧ ହେବ, ଯେଉଁଥିପାଇଁ ଆପଣଙ୍କର ଆୟ ବୃଦ୍ଧି ପାଇବ I ଅବିବାହିତ ମାନଙ୍କ ପାଇଁ ଏକ ଭଲ ବିବାହ ପ୍ରସ୍ତାବ ଆସିବ I ଯଦି ଆପଣଙ୍କର ପିଠି ଯନ୍ତ୍ରଣା ଏବଂ ଦାନ୍ତ ସମସ୍ୟା ଅଛି, ତେବେ ଏହାକୁ ଗମ୍ଭୀରତାର ସହ ନିଅନ୍ତୁ I ଏକ ଭଲ କମ୍ପାନୀ ଅର୍ଥାତ୍ ଏକ ବହୁରାଷ୍ଟ୍ରୀୟ କମ୍ପାନୀରୁ ଆପଣ ଭଲ ଚାକିରି ଅଫର୍ ପାଇବେ , ଆପଣଙ୍କର ଚାକିରିରେ ପଦୋନ୍ନତି ଯୋଗ ରହିଛି I ତଥାପି, ଚାକିରିରେ ସ୍ଥାନାନ୍ତର ହେବାର ମଧ୍ୟ ସମ୍ଭାବନା ଅଛି I ଛାତ୍ରମାନଙ୍କ ପାଇଁ ବର୍ଷ ଭଲ ହେବ I ପ୍ରତିଯୋଗିତା ମୂଳକ ଏବଂ ଅନ୍ୟାନ୍ୟ ପରୀକ୍ଷାରେ ଆପଣ ସଫଳତା ପାଇବେ I

ପ୍ରତିକାର ସ୍ୱରୂପ – ଆପଣ ହନୁମାନ ଜୀଙ୍କୁ ନିୟମିତ ପୂଜା କରନ୍ତୁ I

ବୃଷ – ଏହି ବର୍ଷ ଶୁକ୍ର ଆପଣଙ୍କୁ ଅନେକ ପ୍ରକାର ବିକଳ୍ପ ର ବର୍ଷ କରିବେ I ଶୁକ୍ର ପ୍ରସନ୍ନ ରହିଥିବା ହେତୁ ଏହି ବର୍ଷ ଆପଣଙ୍କୁ ଶକ୍ତି, ପ୍ରେରଣା ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଦାନ କରିବେ I ଚାକିରିରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ପଡିବ Iଯଦି ଆପଣ ଘରୋଇ କ୍ଷେତ୍ରରେ କୌଣସି ଚାକିରୀ କରିଛନ୍ତି, ତେବେ ଆପଣ ନୂତନ ସୁଯୋଗ ପାଇବେ I ଆପଣ ନିଜ କ୍ୟାରିୟର ଉପରେ ଧ୍ୟାନ ଦିଅନ୍ତୁ ବହୁତ ଉପରକୁ ଯାଇ ପାରିବେ I ଏସିଡ଼ିଟି ଏବଂ ଗ୍ୟାସ ସମସ୍ୟା ଥିଲେ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ପ୍ରତିକାର କରନ୍ତୁ , ନଚେତ୍ ସମସ୍ୟା ବଢିବ I ବ୍ୟାଙ୍କିଙ୍ଗ୍ ଏବଂ ମ୍ୟାନେଜମେଣ୍ଟ ସହିତ ଜଡିତ ଛାତ୍ରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ I କିଛି ବିଷୟ ବୁ ବୁଝିବରେ ଅସୁବିଧା ହୋଇପାରେ I ଟେକ୍ନୋଲୋଜି ସହିତ ଜଡିତ ଛାତ୍ରମାନେ ଲାଭ ପାଇବେ, ବ୍ୟବସାୟୀ ମାନେ ବ୍ୟବସାୟରେ ବଡ଼ ବିନିଯୋଗ କରି ଅପାର ସଫଳତା ଲାଭ କରିବେ I ଯୁବକମାନେ ନୂତନ ଷ୍ଟାର୍ଟଅପ୍ ରେ ସେମାନଙ୍କର ଚେଷ୍ଟା କରିବା ଉଚିତ୍ |

ପ୍ରତିକାର ସ୍ୱରୂପ – କିଛି ରୂପା ଅଳଙ୍କାର ପିନ୍ଧନ୍ତୁ

ମିଥୁନ – ଏହି ବର୍ଷଟି ଆପଣଙ୍କ ପାଇଁ କୌଣସି ବରଦାନ ଠାରୁ କମ୍ ହେବ ନାହିଁ I ଶିକ୍ଷାର କ୍ଷେତ୍ରରେ ଆପଣଙ୍କ ପାଇଁ ନୂତନ ରାସ୍ତା ଖୋଲିବ I ଅଚଳାଚଳ ସମ୍ପତ୍ତି ବୃଦ୍ଧି ହେବ ଏହା ସହିତ ସ୍ଥାବର ସମ୍ପତି କିଣିବେ ଇ କୌଣସି ନୂଆ ଗାଡି କିଣିବେ I ଆପଣ ଏହି ବର୍ଷ ପୁରୁଣା ନିବେଶରୁ ବଡ଼ ଲାଭ ପାଇବେ I କାର୍ଯ୍ୟ କ୍ଷେତ୍ର ରେ ପ୍ରଗତି ହେତୁ ଭୌତିକ ସୁଖ ସମ୍ପତି ଭୋଗ କରିବେ I ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ଏକ ବଡ଼ ଧରଣ ର ଅର୍ଥ ଲାଭ ହୋଇପାରେ I ଅତ୍ୟଧିକ କାର୍ଯ୍ୟଭାର ବଢିବା ଯୋଗୁଁ ମାନସିକ ଅସ୍ଥିରତା ଏବଂ ଚାପ ଅନୁଭବ କରିବାର ସମ୍ଭାବନା ଅଛି I ସେପ୍ଟେମ୍ବରରେ ଆପଣକାହା ଠାରୁ ଋଣ ନିଅନ୍ତୁ ନାହିଁ କିମ୍ୱା ଦିଅନ୍ତୁ ନାହିଁ I ନଭେମ୍ବର ମାସ ଟି ଆପଣଙ୍କ ପାଇଁ ସର୍ବୋତ୍ତମ ମାସ ହେବ, କିନ୍ତୁ ଯେଉଁମାନେ ଚାକିରି ବଦଳାଇବାକୁ ଚିନ୍ତା କରୁଛନ୍ତି ସେମାନଙ୍କୁ ଭାବିଚିନ୍ତି ପଦକ୍ଷେପ ନେବା ଉଚ୍ଚିତ I ଶିକ୍ଷାନୁଷ୍ଠାନଗୁଡିକ ଚଳାଉଥିବା ଲୋକମାନେ ଚଳିତ ବର୍ଷ ବହୁତ ଆରାମ ପାଇବେ I ଆୟ ବଢିବ ଘରେ ବରିଷ୍ଠ ମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଯାହାଦ୍ୱାରା ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ I

ପ୍ରତିକାର ସ୍ୱରୂପ – ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ

କର୍କଟ – ଏହି ବର୍ଷ ଆପଣ ନୁତନ ଚାକିରୀ ସହିତ ନୂତନ ଗାଡି କିଣିବାର ସୁଯୋଗ ପାଇବେ I ଆପଣଙ୍କ ବ୍ୟବସାୟ ବଢାଇବା ପାଇଁ ଆପଣଙ୍କୁ ଟିକେ ଭ୍ରମଣ କରିବାକୁ ମଧ୍ୟ ପଡିପାରେ I ଯଦି ଆପଣ ହାଇକୋର୍ଟ, ତମ୍ବା କିମ୍ବା ଜମି ସମ୍ବନ୍ଧୀୟ ବୃତ୍ତିଗତ କ୍ଷେତ୍ରରେ ଥାନ୍ତି ତେବେ ଏହି ବର୍ଷ ଆପଣ ବିଶେଷ ଲାଭବାନ ହେବେ I ଏହା ବ୍ୟତୀତ ଆପଣ କିଛି କ୍ରୀଡ଼ା କ୍ଷେତରେ ମଧ୍ୟ ଅଂଶଗ୍ରହଣ କରି ସଫଳତା ପାଇବେ I ଆପଣ ଙ୍କ ପାଇଁ ଏକ ଭଲ କମ୍ପାନୀରେ ଯୋଗଦେବା ପାଇଁ ସୁଯୋଗ ରହିଛି , ଯେଉଁଥିରେ ଆପଣ ଏକ ଭଲ ପୋଷ୍ଟ ଏବଂ ଭଲ ବେତନ ମଧ୍ୟ ପାଇବେ I ବ୍ୟବସାୟକୁ ଆଗକୁ ନେବାକୁ ହେଲେ ଏହି ବର୍ଷ , ଆପଣ ଦୂର ସ୍ଥାନ କୁ ଯିବେ I ବିଗିଡି ଯାଇଥିବା ଦାମ୍ପତ୍ୟ ଜୀବନ ପୁଣି ଥରେ ନୂଆ କରି ଆରମ୍ଭ କରିବେ ଏବଂ ପରିବାର ରେ ଖୁସି ର ମାହୋଲ ଦେଖାଯିବ I ମେଡିକାଲ କ୍ଷେତ୍ର ସହିତ ଜଡିତ ଥିବା ଛାତ୍ରଛାତ୍ରୀ ମାନେ ସେମାନଙ୍କର ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବେ, ଏବଂ ଉତ୍ତମ ଫଳ ପାଇବେ I

ପ୍ରତିକାର ସ୍ୱରୂପ – ଶିବଙ୍କୁ ପୂଜା କରନ୍ତୁ

ସିଂହ – ଆପଣଙ୍କ ପାଇଁ ୨୦୨୨ ବର୍ଷ ଟି ସୁନ୍ଦର ଭାବରେ କଟିବ Iଆପଣ ଜୁନ୍ ମାସରେ ଚାକିରି ବଦଳାଇବେ I ଏଥିପାଇଁ ଜୁଲାଇ ମଧ୍ୟଭାଗରୁ ଆପଣ ଙ୍କୁ ନୂତନ ପ୍ରସ୍ତାବ ଆସିବା ଆରମ୍ଭ କରିବ I ଆପଣ ଏହି ବର୍ଷ ଆପଣଙ୍କୁ ଜମି ସଂକ୍ରାନ୍ତୀୟ ବଡ଼ ଲାଭ ମିଳିପାରିବ ଏହାସହିତ ସମ୍ପତି କ୍ରୟ କରି ପାରନ୍ତି I କିମ୍ବା କିଛି ବଡ ଧାରଣର ଅର୍ଥ ଲାଭ କରିବେ I ଦୀର୍ଘ ସମୟ ଧରି, ଯେଉଁମାନଙ୍କର ସନ୍ତାନ ହେବାକୁ ଚାହୁଁଛନ୍ତି ସେମାନଙ୍କ ଇଚ୍ଛା ପୂରଣ ହେବ I ଦରମା ବୃଦ୍ଧି ସହିତ ପଦୋନ୍ନତି ପାଇଁ ସୁଯୋଗ ଉପଲବ୍ଧ ହେବ I ଚାକିରୀ କରୁଥିବା ବ୍ୟକ୍ତିମାନେ ଏକ ଭଲ ପଦବୀ ପାଇବେ, ନିଜ ଜୀବନସାଥୀ ସହିତ ଏକ ଧାର୍ମିକ ସ୍ଥାନକୁ ତୀର୍ଥଯାତ୍ରା କରିବେ I କିଛି ଛୋଟ ମୋଟ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ I ମାର୍ଚ୍ଚ ଏବଂ ଜୁନ୍ ମାସରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ | ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚାନ୍ତ ହେବେ I ଯାନ ବାହାନ ପ୍ରତି ସତର୍କ ରୁହନ୍ତୁ ସାମାନ୍ୟ ଆଘାତ ଲାଗିବ I

ପ୍ରତିକାର ସ୍ୱରୂପ – ସୂର୍ଯ୍ୟ ଭଗବାନଙ୍କୁ ଉପାସନା କରନ୍ତୁ

କନ୍ୟା – ଭୂମି ଲାଭ ଯୋଗ ରହିଛି I ଏହିବର୍ଷ ଆପଣଙ୍କୁ ଭଲ ସରକାରୀ ଚାକିରି ମିଳିବ , ଆପଣ ନିଜସ୍ୱ କୌଣସି ବ୍ୟବସାୟ ଆରମ୍ଭ କରି ପାରନ୍ତି , ଏହି ବର୍ଷ ଶେଷ ବେଳକୁ ଆପଣ ଏକ ଲାଭଦାୟକ ଭଲ ଡିଲ୍ ପାଇବେ, ଏହାଛଡା ଆପଣଙ୍କୁ ପୁରୁଣା ପୈତୃକ ସମ୍ପତି ରୁ ଲାଭ ମିଳିବ I କ୍ଷୁଦ୍ର ଶିଳ୍ପ ସହିତ ଜଡିତ ଲୋକଙ୍କ ପାଇଁ ଆର୍ଥିକ ଲାଭର ସମ୍ଭାବନା ଅଛି I ଆପଣଙ୍କୁ ସନ୍ତାନ ସୁଖ ମିଳିବ I କାନ୍ଧ,ଗଣ୍ଠି ଯନ୍ତ୍ରଣା ଆଦିରେ ପୀଡିତ ହୋଇପାରନ୍ତି I ମଧୁମେହ ଜନିତ ସମସ୍ୟା ଦେଖାଦେଇ ପାରେ I ଯଦି ଆପଣ କୌଣସି ପାର୍ଟ ଟାଇମ୍ ପାଠ୍ୟକ୍ରମରେ ଯୋଗ ଦିଅନ୍ତି ତେବେ ଏହା ଆପଣଙ୍କ ଭବିଷ୍ୟତ ପାଇଁ ଲାଭଦାୟକ ହେବ I ଚାକିରୀ କରୁଥିବା ଲୋକଙ୍କ ପାଇଁ ସ୍ଥାନାନ୍ତର ଯୋଗ ରହିଛି I ଉପରିସ୍ଥ ଅଧିକାରୀଙ୍କ ସହିତ ଭଲ ସମ୍ପର୍କ ରହିବ I ଚାକିରୀ ଅନ୍ୱେଷଣ ରେ ଥିବା ଯୁବ ବର୍ଗ ଙ୍କ ପାଇଁ ନୂତନ ସୁଯୋଗ ଆସିବ I

ପ୍ରତିକାର ସ୍ୱରୂପ – ଗଣପତିଙ୍କୁ ପୂଜା କରନ୍ତୁ

ତୁଳା – ଏହି ବର୍ଷ କୌଣସି ନୂତନ କାର୍ଯ୍ୟ କରିବାକୁ ବିଚାର କରିବେ I ବର୍ଷର ମଧ୍ୟଭାଗରେ ଆପଣଙ୍କୁ ଏକ ଭଲ ଚାକିରି ମିଳିବ I ଏହାବାଦ ଚାକିରିକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ହେତୁ , ଦରମା ବୃଦ୍ଧି ସହିତ ପଦୋନ୍ନତି ର ସୁଯୋଗ ପାଇବେ, ଉପରିସ୍ଥ ଙ୍କ ପ୍ରଶଂସା ମିଳିବ ଵିଚାକିରୀ କ୍ଷେତ୍ରରେ ମନ ପସନ୍ଦ ସ୍ଥାନକୁ ବଦଳି ହେଇପାରେ I ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ନଷ୍ଟ ହୋଇ ପାରେ ଇ ବର୍ଷ ର ମଧ୍ୟ ଭାଗ ରେ ଆପଣଙ୍କୁ ସ୍ୱାସ୍ଥ୍ୟ ସମସ୍ୟା ଯଥା ଆପଣଙ୍କର ପେଟ ସମ୍ବନ୍ଧୀୟ ,ଗ୍ୟାସ ଆଦି ସମସ୍ୟା ହେବ, ଆପଣଙ୍କର ଓଜନ ବୃଦ୍ଧି ପାଇ କୋଲେଷ୍ଟ୍ରଲ ସମସ୍ୟା ଦେଖାଦେବ I ଜଣେ ଭଲ ଡାକ୍ତରଙ୍କ ଦ୍ୱାରା ଦୀର୍ଘ ଦିନରୁ ଚାଲି ଆସୁଥିବା ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା କରାଇ ନିଅନ୍ତୁ I ଅନୁସନ୍ଧାନ ବା ଗବେଷଣା କ୍ଷେତ୍ର ସହିତ ଜଡିତ ଛାତ୍ରମାନଙ୍କ ପାଇଁ ଏହି ବର୍ଷ ଟି ବହୁତ ଭଲ ହେବ I ଶାଶୂଘର ପକ୍ଷରୁ ମାନସିକ ଚାପ, ନିର୍ଯ୍ୟାତନାକୁ ସାମ୍ନା କରିବାକୁ ପଡିପାରେ I ପାରସ୍ପରିକ କଥାବାର୍ତ୍ତା ମାଧ୍ୟମରେ ପାରିବାରିକ ବିବାଦର ସମାଧାନ କରିବାକୁ ଚେଷ୍ଟା କରନ୍ତୁ I ପରିବାରର ବରିଷ୍ଠ ମାନଙ୍କୁ ଗୁରୁତ୍ୱ ଦିଅନ୍ତୁ ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ I

ପ୍ରତିକାର ସ୍ୱରୂପ – ଗରିବ ଲୋକଙ୍କୁ ଖାଦ୍ୟ ଶସ୍ୟ ଦାନ କରନ୍ତୁ

ବିଛା – ଏହି ବର୍ଷ ଆପଣ ଏକ ନୂତନ ବ୍ୟବସାୟ ପ୍ରତିଷ୍ଠା କରିବାରେ ସଫଳ ହେବେ I ସେବା ବା ମେଡ଼ିସିନ କ୍ଷେତ୍ର ସହିତ ଜଡିତ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ସୁବିଧା ପାଇବେ I ଯଦି ଆପଣ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି, ଅଗଷ୍ଟ ସର୍ବୋତ୍ତମ ମାସ ହେବ I ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରିବାକୁ ହେଲେ , ସେ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରନ୍ତୁ I ଏହି ବର୍ଷ ଏପ୍ରିଲ ପୂର୍ବରୁ ଆପଣ ଏକ ଭଲ ଚାକିରି ପାଇବେ I ଏହି ବର୍ଷ ଆପଣ ବ୍ୟବସାୟ କ୍ଷେତ୍ର କିମ୍ବା ଚାକିରୀ କ୍ଷେତ୍ରରେ ଆଗକୁ ବଢିବାକୁ ଚାହିଁଲେ , ଖାଦ୍ୟ କ୍ଷେତ୍ର ବା ଫୁଡ ସେକ୍ଟର ବ୍ୟତୀତ, ଆପଣ ଫ୍ୟାଶନ୍ ଡିଜାଇନ୍, କମ୍ପ୍ୟୁଟର ପାଠ୍ୟକ୍ରମ, ଫଟୋଗ୍ରାଫି ପରି ସେକ୍ଟରରେ ମଧ୍ୟ କାମ କରିପାରିବେ ଏହା ଆପଣଙ୍କ ପାଇଁ ଲାଭ ଦାୟକ ପ୍ରମାଣିତ ହେବ ଇ ଯେଉଁମାନେ ସାକ୍ଷାତକାର ଦେବାକୁ କିମ୍ବା ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି, ସେମାନେ ସଫଳତା ପାଇବେ I ପ୍ରତିଯୋଗିତାମୂଳକ ପରୀକ୍ଷା ଏହି ବର୍ଷ ଭଲ ଫଳାଫଳ ପାଇବେ I ମୋଟାମୋଟି ଚାକିରୀ ଅନ୍ୱେଷଣ ରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଏ ବର୍ଷ ଟି ଅତି ଉତ୍ତମ ରେ କଟିବ I

ପ୍ରତିକାର ସ୍ୱରୂପ – ହନୁମାନଜୀଙ୍କୁ ପୂଜା କରନ୍ତୁ I ମନ୍ଦିରରେ ଏକ ଲାଲ ପତାକା ଦାନ ଦିଅନ୍ତୁ

ଧନୁ – ଏହି ବର୍ଷଟି ନିଶ୍ଚିତ ଭାବରେ ଆପଣଙ୍କୁ ନୂତନ ଉଚ୍ଚତାକୁ ନେଇଯିବ I ଆପଣଙ୍କ ଭାଗ୍ୟରେ ବୃହସ୍ପତି ବର୍ଷସାରା ଶୁଭ ଫଳ ଦେବେ Iଏହି ବର୍ଷ ଆପଣଙ୍କ ପାଇଁ ସାଧାରଣ ଅପେକ୍ଷା ଭଲ ହେବାକୁ ଯାଉଛି I ଏହି ବର୍ଷ ଆପଣ ଆକାଉଣ୍ଟସ ବିଭାଗ ,ଅର୍ଥ ବିଭାଗ, ସେଲସ ବିଭାଗ କିମ୍ବା ଫାଇନାନ୍ସ ବିଭାଗ ପରି ଏକ ଗୁରୁତ୍ତ୍ଵପୂର୍ଣ୍ଣ ବିଭାଗରେ କାମ କରିବାର ସୁଯୋଗ ପାଇବେ I ଏହା ବ୍ୟତୀତ ଆପଣ ମିଡିଆ ଲାଇନ୍ କିମ୍ବା ନିର୍ମାଣ କାର୍ଯ୍ୟ ପରି ଏକ ଭଲ ସରକାରୀ କ୍ଷେତ୍ରରେ ଯୋଗଦେବେ, ଯାହା ଆପଣଙ୍କୁ ଅପ୍ରତ୍ୟାଶିତ ଲାଭ ଦେବ I ଅବିବାହିତ ମାନଙ୍କ ପାଇଁ ମନ ପସନ୍ଦ ର ଜୀବନ ସାଥି ପାଇବା ପାଇଁ ଆପଣଙ୍କୁ ଟିକିଏ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ I ଆପଣଙ୍କ ଜୀବନ ସାଥୀ ପାଇଁ ହଠାତ୍ ସଫଳତା ଆସିବ ଇ ଯଦି ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତେବେ ମାର୍ଚ୍ଚ ପରେ ଚେଷ୍ଟା କରନ୍ତୁ, ଆପଣ ସଫଳତା ପାଇବେ I ନିଯୁକ୍ତ ବ୍ୟକ୍ତିମାନେ ବିଶେଷ ସୁବିଧା ପାଇଁ ସୁଯୋଗ ପାଇବେ I ମାର୍ଚ୍ଚ ଠାରୁ ଅନେକ ଚାକିରିର ସୁଯୋଗ ମିଳିବ I

ପ୍ରତିକାର ସ୍ୱରୂପ – ପିତାମାତାଙ୍କ ସେବା ଦ୍ୱାରା ଆପଣ ଅସୁବିଧାରୁ ମୁକ୍ତି ପାଇବେ

ମକର – ଚଳିତ ବର୍ଷ ଆପଣ ପାରିବାରିକ ଆବଶ୍ୟକତା ଏବଂ ପରିବାରରେ ହେବାକୁ ଥିବା ମାଙ୍ଗଳିକ କାର୍ଯ୍ୟ ଯୋଗୁଁ ଅଧିକ ବ୍ୟୟ କରିବେ ଇ କିନ୍ତୁ ସେହି ଅନୁସାରେ ଆୟର ପ୍ରଚୁରତା ହେତୁ କୌଣସି ଅସୁବିଧା ର ସମ୍ମୁଖୀନ ହେବେ ନାହିଁ I ଅଚଳାଚଳ ସମ୍ପତି ର ବୃଦ୍ଧି ଘଟିବ I ଆପଣ ଚାଷ ଜମି କିମ୍ବା କୃଷି ସମ୍ବନ୍ଧୀୟ କାର୍ଯ୍ୟରୁ ଲାଭ ପାଇବେ ୱିପୈତ୍ରୁକ ବ୍ୟବସାୟକୁ ବିସ୍ତାର କରନ୍ତୁ ପ୍ରଚୁର ଲାଭ ପାଇବେ I ଅନ୍ୟପକ୍ଷରେ, ଏହି ବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମିଶ୍ରିତ ହେବ I ଚିକିଆ ମାନଙ୍କ ପାଇଁ ଉପରିସ୍ଥ କର୍ମଚାରୀ ଆପଣଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରକରି ପାରନ୍ତି I ବୃତ୍ତିଗତ କାରଣରୁ ପତି-ପତ୍ନୀଙ୍କଠାରୁ ଦୂରରେ ରହିବେ I ଉଭୟଙ୍କ ମଧ୍ୟରେ ସମନ୍ୱୟ ଉତ୍ତମ ରହିବ I ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନେ ଉତ୍ତମ ପ୍ରଦର୍ଶନ କରିବେ I ଯେଉଁଥିପାଇଁ ଆପଣ ଭଲ ପ୍ରତିଷ୍ଠା ପାଇବେ I କଳାତ୍ମକ ଜିନିଷ ପ୍ରତି ଆପଣଙ୍କ ଉତ୍ସାହ ସୃଷ୍ଟି ହେବ I କ୍ରୀଡା କ୍ଷେତ୍ରରେ ଶିକ୍ଷା ଆପଣଙ୍କ ପାଇଁ ବହୁତ ଭଲ ହେବ I ଗଣମାଧ୍ୟମ ଏବଂ ଯୋଗାଯୋଗର ଛାତ୍ରମାନଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ଲାଭଦାୟକ ହେବ |

ପ୍ରତିକାର ସ୍ୱରୂପ – ଶନି ଦେବ ଏବଂ ହନୁମାନଜୀଙ୍କୁ ପୂଜା କରନ୍ତୁ I

କୁମ୍ଭ – ବର୍ଷ ଆରମ୍ଭରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବର ଅପେକ୍ଷା କରି ରହିଛି I ଅନେକ ଦିନରୁ ଗବେଷଣା ରତ ଛାତ୍ରମାନେ ସଫଳତା ଲାଭ କରିବେ I ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର ଅଛି I କ୍ୟାମ୍ପସ୍ ଚୟନ ମାଧ୍ୟମ ରେ ଆପଣ ନିଶ୍ଚିତ ଭାବରେ ଚାକିରି ପାଇବେ ଇ ଆପଣଂକର ଦାମ୍ପତ୍ୟ ଜୀବନ ଏହି ବର୍ଷ ଅତ୍ୟନ୍ତ ଚମତ୍କାର ହେବାକୁ ଯାଉଛି I ପ୍ରତିଯୋଗିତାମୂଳକ ପରୀକ୍ଷା ଦେବା ଜାରି ରଖନ୍ତୁ I ଚେଷ୍ଟା କଲେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ I ସାମାଜିକ ସ୍ତରରେ ଆପଣଙ୍କର ଏବଂ ଆପଣଙ୍କ ଜୀବନ ସାଥୀଙ୍କର ସମ୍ମାନ ବୃଦ୍ଧି ପାଇବ I ପ୍ରପର୍ଟି ଡିଲର ମାନଙ୍କ ପାଇଁ ବର୍ଷଟି ଅତି ଉତ୍ତମ ହେବ I ଏହି ବର୍ଷ କ୍ରୀଡ଼ାବିତ୍, ପୋଲିସ୍, ଡାକ୍ତର ଏବଂ କୃଷକମାନଙ୍କ ପାଇଁ ବିଶେଷ ଭଲରେ କାଟିବାକୁ ଯାଉଛି I ବର୍ଷ ଶେଷ ସୁଦ୍ଧା, ଆପଣଙ୍କୁ ହଠାତ୍ ଆର୍ଥିକ ଲାଭ ମିଳିବ ଇ ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ ରେ ରଖନ୍ତୁ I ଆପଣ ପରିବାରର ଗୁରୁଜନ ମାନଙ୍କ ସମର୍ଥନ ପାଇବେ I କାର୍ଯ୍ୟର ବିସ୍ତାର ପାଇଁ ଋଣ ନେବାକୁ ପଡିବ I ଚାକିରିଆ ମାନଙ୍କୁ ପଦୋନ୍ନତି ପାଇଁ ଅପେକ୍ଷା କରିବାକୁ ପଡିବ I ଉଚ୍ଚ ପଦାଧିକାରୀଙ୍କ ସହିତ ତାଳମେଳ ଠିକ ନ ରହିବ ହେତୁ ଆପଣଙ୍କୁ ସ୍ଥାନାନ୍ତର କରାଯାଇପାରିବ I ଯୁବକମାନେ ନୂତନ ଚାକିରିର ସୁଯୋଗ ପାଇବେ I

ପ୍ରତିକାର ସ୍ୱରୂପ – ପ୍ରତି ସୋମବାର ଦିନ ଶିବଙ୍କର ଅଭିଷେକ କରନ୍ତୁ I

ମୀନ – ମୀନରାଶି ମାନଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ଏବଂ ଆଇନ୍ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଜଡିତ ଥିବା ପିଲାମାନେ ବର୍ଷ ଟିରେ ଅନୁକୂଳ ଫଳ ପାଇବେ I ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହି ବର୍ଷ ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସୁଛି I କମ୍ ପ୍ରୟାସରେ ମଧ୍ୟ ଆପଣ ଭଲ ଫଳାଫଳ ପାଇବେ I ଏହି ବର୍ଷ ଆପଣ କ୍ୟାରିୟର ପୂରଣ କରିବାରେ ସଫଳ ହେବେ I ଚାକିରି କ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀ ଶ୍ରେଣୀର ନିକଟତର ହେବା ଯୋଗୁଁ ,ଆପଣଙ୍କର ପଦୋନ୍ନତି ଏବଂ ଦରମା ବୃଦ୍ଧି ହେବ I ଅନେକ ସମସ୍ୟା ପରେ ମଧ୍ୟ, ଆପଣ ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢି ଚାଲିବେ ଏବଂ ଜଣେ ପାର୍ଟନର ଙ୍କ ସାହାଯ୍ୟରେ ଆପଣ ଅଧିକ ଲାଭ ପାଇଁ ସୁଯୋଗ ପାଇବେ I ଚାକିରି କରୁଥିବା ଯୁବକମାନଙ୍କ ଚାକିରିରେ ବୃଦ୍ଧି ଘଟିବ I ଏକ ଭଲ କମ୍ପାନୀରୁ ଆପଣଙ୍କୁ ଚାକିରି ଅଫର୍ ଆସିବ I ଅର୍ଥର ଅଭାବ ରହିବ ନାହିଁ I କୌଣସି ଋଣ ଥିଲେ ଅବଶ୍ୟ ପରିଶୋଧ କରି ପାରିବେ I ଆପଣ ମୁଣ୍ଡବିନ୍ଧା, ଗଣ୍ଠି ବଥା କିମ୍ବା କାନ୍ଧ ଯନ୍ତ୍ରଣା ଇତ୍ୟାଦି ଦ୍ୱାରା କଷ୍ଟ ପାଇବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କାରୀଣିନ୍ତୁ ଇ ଅନ୍ୟଥା ବର୍ଷଟିରେ ସେ ଭଳି କୌଣସି ସମସ୍ୟା ଦେଖାଯିବ ନାହିଁ I

ପ୍ରତିକାର ସ୍ୱରୂପ – ଭଗବାନ ବିଷ୍ଣୁ ଙ୍କ ପୂଜା କରନ୍ତୁ

Leave A Reply

Your email address will not be published.