ରାଜଧାନୀ ରେ ଚିନ୍ତା ବଢ଼ାଇଲା କରୋନା:ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

28

ପାର୍ବଣ ସମୟରେ ସଂକ୍ରମଣ ବଢିବ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବାରମ୍ବାର ସତର୍କ ସୂଚନା ଦିଆଯାଉଛି I କୋଭିଡ ନିୟମ କୁ କଡାକଡି କରିବାକୁ ବିଏମସି ପକ୍ଷରୁ ପୁଣି ନୂଆ ମାର୍ଗଦର୍ଶିକା ଜାରି ହେବା ସତ୍ୱେ ଆଜି ପୁଣି ରାଜଧାନୀ ର ଏକ ଆପାର୍ଟମେଣ୍ଟ ରୁ ଏକାଧିକ ସଂକ୍ରମିତ ଙ୍କୁ ଚିହ୍ନଟ କାରାଯାଇଛି I ବିଏମ୍‌ସିର ସୂଚନା ଅନୁସାରେ ୫୨ ନମ୍ବର ୱାର୍ଡ ଅନ୍ତର୍ଗତ ଫରେଷ୍ଟ ପାର୍କ ଅଞ୍ଚଳର ଥିବା ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟରେ ଏକାଧିକ କରୋନା ସଂକ୍ରମିତଙ୍କୁ ଠାବ କରାଯାଇଛି । ଏହା ନିଶ୍ଚିତ ହେବା ପରେ ବିଏମ୍‌ସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରି ନୋଟିସ୍‌ ଝୁଲାଇ ଦିଆଯାଇଛି । ତେବେ ସଂପୃକ୍ତ ଅଞ୍ଚଳରୁ କେହି ବାହାରକୁ ଆସିପାରିବେନି ବା ସେଠାକୁ ଯାଇପାରିବେନି ବୋଲି ସ୍ପଷ୍ଟ କରାଯାଇଛି । ଆଗକୁ ପାର୍ବଣ ଥିବାରୁ ନିୟମ କଡ଼ାକଡି କରିବାକୁ ବିଏମସି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି । ବିବାହ ଉତ୍ସବ ଏବଂ ଶ୍ରାଦ୍ଧ ଆଦି କାର୍ଯ୍ୟକ୍ରମେ ପୁଣି ଅତିଥି ବା ଅଂଶଗ୍ରହଣ କାରୀ ସଂଖ୍ୟାକୁ ୫୦କୁ କମାଇ ଦିଆଯାଇଛି । କରୋନା କଟକଣା ନିୟମକୁ ପୁଣି ଥରେ କଡ଼ାକଡ଼ି କରାଯାଇଥିବା ବେଳେ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତା ବଢାଇଛି । ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଚିକିତ୍ସା ଏବଂ ସେମାନଙ୍କ ଚଳପ୍ରଚଳ ଆଦି ଉପରେ କଡ଼ା ନଜର ରଖାଯାଇଛି ।

Leave A Reply

Your email address will not be published.