ମିତ ରୋହିତ ଦାସଙ୍କୁ ଦେଢ଼ କୋଟି ପୁରସ୍କାର ଘୋଷଣା

56

ଭୁବନେଶ୍ବର: ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର  । ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏସୀୟ କ୍ରୀଡା ହକିରେ ସ୍ବର୍ଣ୍ଣ ବିଜୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ  । ହାଙ୍ଗଝୌରେ ଚାଲିଥିବା ଉନବିଂଶ ଏସୀୟ ଗେମ୍ସରେ ଭାରତର ଐତିହାସିକ  ସ୍ୱର୍ଣ୍ଣ ପଦକ ବିଜୟରେ ଉଲ୍ଲେଖନୀୟ ଭୂମିକା ପାଇଁ ଅମିତ ରୋହିଦାସଙ୍କୁ ଏହି ପୁରସ୍କାର ଦିଆଯାଉଛି ।  

୨୦୧୨ରେ ଲଣ୍ଡନ  ଆଲିମ୍ପିକ ପାଇଁ କ୍ୟାମ୍ପରେ ସାମିଲ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ତାଲିକାରେ ସ୍ଥାନ ସୁରକ୍ଷିତ କରିପାରି ନଥିଲେ। ପରବର୍ତ୍ତୀ ସମୟରେ ଏକାଧିକ ପ୍ରତିଯୋଗିତା; ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ରୌପ୍ୟ), ୨୮ତମ ସୁଲତାନ ଆଜଲାନ ଶାହ କପ୍ (ରୌପ୍ୟ), ୨୦୧୮ ଚାମ୍ପିଅନ୍ସ ଟ୍ରଫି (ରୌପ୍ୟ), ୨୦୧୬-୧୭ ହକି ୱାର୍ଲ୍ଡ ଲିଗ୍ (କାଂସ୍ୟ), ଏସିଆ କପ୍ ବିଜୟୀ ଦଳର ସଦସ୍ୟ ଥିଲେ।

୨୦୨୧ରେ ମଧ୍ୟ ଅର୍ଜୁନ ପୁରସ୍କାର ପାଇଥିଲେ। ବାପାଙ୍କ ଇଚ୍ଛା ଥିଲା, ପୁଅ ଅଲିମ୍ପିକ୍ ପାଇଁ ଯୋଗ୍ୟତା ହାସଲ କରିବ। ବାପାଙ୍କ ଏହି ଇଚ୍ଛା ପୂରଣ କରିଥିଲେ ଅମିତ। ୨୦୨୧ରେ ଅଲିମ୍ପିକ୍‌ରେ କାଂସ୍ୟ ପଦକ ଜିତି ରଚିଥିଲେ ଇତିହାସ। କିନ୍ତୁ ପୁଅର କୀର୍ତ୍ତି ଦେଖିବା ପୂର୍ବରୁ ୨୦୨୦ ଅକ୍ଟୋବର ୧୮ରେ କିଡ୍‌ନି ରୋଗରେ ଆଖି ବୁଜି ଦେଇଥିଲେ ବାପା ଗୋପାଳ।

Comments are closed, but trackbacks and pingbacks are open.