ଅଗ୍ନିବୀରଙ୍କ ପାଇଁ ସିଆଇଏସ୍‌ଏଫ୍‌ ରେ ୧୦% ସଂରକ୍ଷଣ ଘୋଷଣା

24

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ରେ ଖାଲିଥିବା ସ୍ଥାନରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଘୋଷଣା କରିଛି । ସପ୍ତାହକୁ ପୂର୍ବରୁ ମନ୍ତ୍ରଣାଳୟ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ ମଧ୍ୟ ଅଗ୍ନିବୀରଙ୍କ ପାଇଁ ଏପରି ପଦକ୍ଷେପ ଉଠାଇଥିଲା । ସର୍ବାଧିକ ବୟସ ସୀମାରେ କୋହଳ ପାଇଁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଅଧିସୂଚନା ଜାରି କରାଯାଇଛି । ତେବେ ଅଗ୍ନିବୀର ପ୍ରଥମ ବ୍ୟାଚ୍‌ର କି ପରବର୍ତ୍ତୀ ବ୍ୟାଚ୍‌ର ତାହା ଉପରେ ଏହା ନିର୍ଭର କରିବ । ସେହିପରି ଅଗ୍ନିବୀରଙ୍କ ପାଇଁ ଶାରୀରିକ ଦକ୍ଷତା ପରିକ୍ଷାରେ ମଧ୍ୟ କୋହଳ଼ କରାଯିବ ବୋଲି ଅଧିସୂଚନାରେ କୁହାଯାଇଛି ।

ସୂଚନାଯୋଗ୍ୟ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିଜର ମହତ୍ତ୍ୱାକାଂକ୍ଷୀ ‘ଅଗ୍ନିପଥ’ ଯୋଜନାକୁ ପ୍ରୋତ୍ସାହନ ଦେବା ନିମନ୍ତେ ବିଏସ୍‌ଏଫ୍‌ରେ ଖାଲିଥିବା ସ୍ଥାନରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ବୟସ ସୀମା କୋହଳ କରିବା ସହିତ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିଥିଲା । ଜାରି ବିଜ୍ଞପ୍ତି ଅନୁସାରେ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ପାଇଁ ବୟସ ସୀମ ୫ ବର୍ଷ ଏବଂ ପରବର୍ତ୍ତୀ ବ୍ୟାଚ୍‌ର ଅଗ୍ନିବୀରଙ୍କ ପାଇଁ ୩ ବର୍ଷ କୋହଳ କରାଯିବ । ସେହିପରି ଶାରୀରିକ ଦକ୍ଷତା ପରୀକ୍ଷା ମଧ୍ୟ କୋହଳ କରାଯିବ ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁନ୍ ୧୪ ତାରିଖରେ ଦଶନ୍ଧି ପୁରୁଣା ପ୍ରତିରକ୍ଷା ନିଯୁକ୍ତି ପ୍ରକ୍ରିୟାରେ ଆମୂଳଚୁଳ ପରିବର୍ତ୍ତନ କରି ସରକାର ଥଳସେନା, ବାୟୁସେନା ଏବଂ ନୌସେନାରେ ସୈନିକଙ୍କ ନିଯୁକ୍ତି ପାଇଁ ‘ଅଗ୍ନିପଥ‘ ନାମକ ଯୋଜନାର ଘୋଷଣା କରିଥିଲେ । ଏହା ଅଧୀନରେ ସୈନିକଙ୍କ ନିଯୁକ୍ତି ଚାରିବର୍ଷିଆ ଲଘୁ ଅବଧି ପାଇଁ ଚୁକ୍ତି ଆଧାରରେ କର।।ଯିବ । ଯୋଜନା ଅନୁସାରେ ନିଯୁକ୍ତ ସୈନିକ ‘ଅଗ୍ନିବୀର’ ଭାବେ ଜଣାଯିବେ ।

Comments are closed, but trackbacks and pingbacks are open.