ଭାଇରଲ ହେଲା ଅଙ୍କିତାଙ୍କ ଦ୍ଵିତୀୟ ବିବାହ ଭିଡିଓ

23

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ଅଙ୍କିତା ଲୋଖଣ୍ଡେ-ବିକି ଜୈନ ଆଜିକାଲି ସେମାନଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚିତ। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ନେଇ ଜୋରଦାର ଆଲୋଚନା ଚାଲିଛି। ଅଙ୍କିତା ଦ୍ୱିତୀୟ ଥର ପାଇଁ ତାଙ୍କ ସ୍ୱାମୀ ବିକି ଜୈନଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଉଭୟଙ୍କୁ ବହୁତ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳୁଛି। ଉଭୟଙ୍କର ଲିପଲକ୍ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଯାହାକୁ ନେଇ ଦମ୍ପତି ଚର୍ଚ୍ଚାର ଶୀର୍ଷ ବିନ୍ଦୁ ପାଲଟିଛନ୍ତି। ଭିଡିଓରେ ଅଙ୍କିକା ପିଙ୍କ ରଙ୍ଗର ଶାଢୀ ପିନ୍ଧିଛନ୍ତି ଏବଂ ସେ ଏହି ଶାଢ଼ୀରେ ବହୁତ ସୁନ୍ଦର ଲାଗୁଛନ୍ତି। ସେହିପରି ବିକି ଜୈନ ମଧ୍ୟ ଲାଇଟ କଲରର ଏକ ସୁଟ ପିନ୍ଧି ଫୁଲତୋଡା ଦେଇ ଅଙ୍କିତାଙ୍କୁ ଦ୍ବିତୀୟଥର ବିବାହ ପାଇଁ ପ୍ରପୋଜ କରୁଛନ୍ତି।

ଟିଭିର ଲୋକପ୍ରିୟ ସିରିଏଲ ‘ପବିତ୍ର ରିସ୍ତା’ରୁ ଅଙ୍କିତା ଲୋଖଣ୍ଡେ ସୁନାମ ଅର୍ଜନ କରିଥିଲେ। ସବୁବେଳେ ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରନ୍ତି। ଅଙ୍କିତା ନିଜ ସ୍ୱାମୀ ବିକିଙ୍କ ସହ କିଛି ଫଟୋ-ଭିଡିଓ ସେୟାର କରିଛନ୍ତି, ଯାହା ପୋଷ୍ଟ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ସମୟରେ, ଦମ୍ପତିଙ୍କ ଏକ ରୋମାଣ୍ଟିକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେମାନେ ଲିପ୍ ଲକ୍ କରୁଥିବା ଦେଖାଯାଉଛି। ଏହି ଭିଡିଓ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ଆମେ ପୁଣି ବିବାହ କଲୁ।’ ଅଙ୍କିତା ଲୋଖଣ୍ଡେ-ବିକି ଜୈନ ଦ୍ବିତୀୟ ଥର ପାଇଁ ଖ୍ରୀଷ୍ଟିଆନ ଅନ୍ଦାଜରେ ବିବାହ କରିଛନ୍ତି।

Comments are closed, but trackbacks and pingbacks are open.