ଅଞ୍ଜନା ବନାମ ମମିତା

20

୨୧ ବର୍ଷ ପୂର୍ବରୁ ରାଜ୍ୟରରେ ଯେଉଁ ଭଳି ଭାବରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥା ଉପୁଜି ଥିଲା ବର୍ତ୍ତମାନ ମଧ୍ୟ ରାଜ୍ୟରେ ସେଇ ଅବସ୍ଥା ଦେଖାଦେଇଛି ଇ ଶାସକ ଦଳ ଉପରେ ଏଇ ଭଳି ଅଭିଯୋଗ ଆଣିଛନ୍ତି ବିରୋଧୀ ବିଜେପି ଦଳ ର ସଦସ୍ୟ ମାନେ I ଅଭିଯୋଗ ଅନୁଯାୟୀ ବିଗତ ୨୦୦୦ ମସିହାରେ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ସେତେବେଳେ ରାଜ୍ୟର ମୁଖ୍ୟ ବିରୋଧୀ ବିଜେଡି ଦଳ କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ଥିବା ଜାନକୀ ବଲ୍ଲଭ ପଟନାୟକ ଙ୍କୁ ଟାର୍ଗେଟ କରିଥିଲା ଏବଂ ନୈତିକତା ଦୃଷ୍ଟିରୁ ସେତେବେଳେ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଥିଲେ I ସେଇଭଳି ଦୀର୍ଘ ୨୦ ବର୍ଷପରେ ରାଜ୍ୟରେ ସମାନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଏ ଯାଏ ଇସ୍ତଫା ଦେଇ ନ ଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଗୃହକୁ ଆସି ଏ ସମ୍ପର୍କରେ କୌଣସି ବିବୃତି ଦେଉ ନାହାନ୍ତି ଇ ତେଣୁ ବିଜେପି ଦଳ ଦାବି କରିଛି ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ I ଏହି ଦାବି ନେଇ ଆଜି ବିଜେପି ଦଳ ର ବିଧାୟକ ମାନେ ବିଧାନସଭା ମୁଖ୍ୟ ଦ୍ୱାର ସମ୍ମୁଖରେ ବ୍ୟାନର ପ୍ଲାକାର୍ଡ଼ ଧରି ବିକ୍ଷୋଭ କରିଛନ୍ତି I

Leave A Reply

Your email address will not be published.