ଗିରଫ ହେଲେ ଶ୍ରୀ ମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇଥିବା ଅନିମେଷ

40

ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ ୟୁଟ୍ୟୁବ୍‌ର ଅନିମେଷ ଚକ୍ରବର୍ତ୍ତୀଙ୍କୁ ବୁଧବାର ପୁରୀ ପୋଲିସ ଗିରଫ କରିଛି। ପୁରୀ ସିଟି ଡିଏସ୍‌ପି କେ. କେ. ହରିପ୍ରସାଦଙ୍କ ନେତୃତ୍ୱରେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ କୋଲକାତା ଯାଇ ସେଠାରେ ୫ଦିନ ରହି ଅନିମେଷଙ୍କ ଗତିବିଧି ଉପରେ ନଜର ରଖିଥିଲେ। ବୁଧବାର ପଶ୍ଚିମବଙ୍ଗର ବାରାକପୁର ଜିଲାରୁ ଅନିମେଷଙ୍କୁ ଗିରଫ କରାଯାଇଥିବା ପୁରୀ ଏସ୍‌ପି କନଓ୍ବର ବିଶାଲ୍‌ ସିଂହ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

କୋଲକାତାର ଅନିମେଶ ଚକ୍ରବର୍ତ୍ତୀ ଗତ ତିନି ମାସ ତଳେ ପୁରୀ ଆସିଥିବାବେଳେ ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଶ୍ରୀମନ୍ଦିର ଭିତରବେଢ଼ାର ଫଟୋ ଭିଡ଼ିଓ ଅନିମେଶ ନିଜ ୟୁନିଫାଏଡ୍‌ ଅନିମେଶ ନାଁରେ ଏକ ୟୁ-ଟ୍ୟୁବ ଚ୍ୟାନେଲ୍‌ରେ ନଭେମ୍ବର ୧୯ ତାରିଖରେ ଅପଲୋଡ୍‌ କରିଥିଲେ। ଏପରିକି ଭିଡ଼ିଓର ଗୋଟିଏ ଫୁଟେଜ ନେଇ ୨୦ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏହାସହ ସିଂହଦ୍ବାର ଥାନାରେ ଏନେଇ ଏତଲା ଦିଆଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଏତଲା ପରେ ଅନିମେଶ ଚାରିକୋଟି ଜନତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଏବଂ ଆଗୁଆ ଜାମିନ ପାଇ ହାଇ‌‌କୋର୍ଟର ଦ୍ବାରସ୍ଥ ହୋଇଥିଲେ ଅନିମେଶ। ପରେ ଜାନୁଆରୀ ୭, ୨୦୨୩ରେ ଅନିମେଶଙ୍କ ଆଗୁଆ ଜାମିନ ହାଇକୋର୍ଟ ଖାରଜ କରିଥିଲେ।

ତେବେ ଘଟଣାକୁ ନେଇ ସରକାରଙ୍କ ତରଫରୁ ଏଏସସି ମନୋଜ କୁମାର ମହାନ୍ତି ମାମଲା ପରିଚାଳନା କରିଥିଲେ। ଯାହାଫଳରେ ଆଜି ସିଟିଡିଏସ୍‌ପି କେକେ ହରିପ୍ରସାଦଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅନିମେଶଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।

Comments are closed, but trackbacks and pingbacks are open.