ଜେଲ୍‌ରୁ ମୁକୁଳିଲେ ଅନିଲ ଦେଶମୁଖ

29

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅନିଲ ଦେଶମୁଖ ମୁମ୍ବାଇର ଆର୍ଥର ରୋଡ୍ ଜେଲରୁ ଖଲାସ ହୋଇଛନ୍ତି । ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ୨୦୨୧ ନଭେମ୍ବରରେ ଦେଶମୁଖଙ୍କୁ ଗିରଫ କରାଯାଇଥିଲା । ବିଗତ ଏକବର୍ଷ ମଧ୍ୟରେ ବିଭିନ୍ନ ଅଦାଲତରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିବାବେଳେ ଶେଷରେ ଚଳିତମାସ ୧୨ରେ ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ତେବେ ଏହାର ପ୍ରତିବାଦରେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ ହାଇକୋର୍ଟ ତାଙ୍କୁ ଆଉ ଦୁଇ ସପ୍ତାହ ଜେଲରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed, but trackbacks and pingbacks are open.