ଅଙ୍ଗନବାଡୀ କର୍ମୀଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବା ସହ ପ୍ଲେ ସ୍କୁଲ୍ ଖୋଲିବାକୁ କେନ୍ଦ୍ର ସରକାର ଙ୍କ ଅନୁମତି

60

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ପାଞ୍ଚ ବର୍ଷର ଅବଧି ଲାଗି ଅର୍ଥାତ୍ ୨୦୨୧-୨୨ ଠାରୁ ୨୦୨୫-୨୬ ପର୍ଯ୍ୟନ୍ତ ସଂଶୋଧିତ ସମଗ୍ର ଶିକ୍ଷା ଯୋଜନା ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିପାଇଁ ମୋଟ ୨,୯୪,୨୮୩.୦୪ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିମଧ୍ୟରୁ କେନ୍ଦ୍ର ସରକାର ୧,୮୫,୩୯୮.୩୨ କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି ଯୋଜନାରେ ପ୍ଲେ ସ୍କୁଲ ପାଖରୁ ଆରମ୍ଭ କରି ବରିଷ୍ଠ ମାଧ୍ୟମିକ ସ୍ତରରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ୧.୧୬ ନିୟୁତ ବିଦ୍ୟାଳୟ, ୧୫୬ ନିୟୁତର ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏବଂ ୫.୭ ନିୟୁତରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସାମିଲ କରାଯିବ।ସମଗ୍ର ଶିକ୍ଷା ଯୋଜନା ହେଉଛି ବିଦ୍ୟାଳୟ ଶିକ୍ଷା ପାଇଁ ଏକ ସମନ୍ୱିତ ଯୋଜନା ଯେଉଁଥିରେ ପ୍ଲେ ସ୍କୁଲ୍ ଶିକ୍ଷା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଛି।

ଜାତୀୟ ଶିକ୍ଷା ନୀତି ୨୦୨୦ର ସୁପାରିସ ଆଧାରରେ ସଂଶୋଧିତ ସମଗ୍ର ଶିକ୍ଷା ଯୋଜନାରେ ଏହିସବୁ ବ୍ୟବସ୍ଥା କରାଯାଇଛି

Leave A Reply

Your email address will not be published.