ମହୁମାଛି ଆକ୍ରମଣ ଯୋଗୁଁ ଅଙ୍ଗନବାଡ଼ିରେ ୧୦ ଗୁରୁତର

26

ମହୁମାଛି ଆକ୍ରମଣରେ ଅଙ୍ଗନବାଡ଼ି କେନ୍ଦ୍ରରେ ୮ ଶିଶୁ ଙ୍କ ସମେତ ୧୦ ଜଣ ଗୁରୁତର ହୋଇଛନ୍ତି।ବୌଦ୍ଧ କଣ୍ଟାମାଳ ବ୍ଲକ ଡପଲା ପଞ୍ଚାୟତ ବଉଳସିଂହାରେ ଆଜି ଏକ ଅଘଟଣ ଘଟିଛି। ଆଜି ସକାଳେ ଅଙ୍ଗନବାଡି କେନ୍ଦ୍ରକୁ ପିଲାମାନେ ପଢ଼ିବା ପାଇଁ ଆସି ଥିବା ସମୟରେ ଅଙ୍ଗନବାଡି ପରିସରରେ ଥିବା ଏକ ଗଛ ଉପରେ ବସା କରିଥିବା ମହୁମାଛି ଆକ୍ରମଣ କରିଥିଲେ ଏଥିରେ ୮ ଶିଶୁଙ୍କ ସହ ଅଙ୍ଗନୱାଡି ୱାର୍କର ଓ ହେଲପର ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଗୁରୁତରଙ୍କ ଅବସ୍ଥା ସ୍ଥିର ରହିଛି। ହସ୍ପିଟାଲଙ୍କ ସେମାନଙ୍କ ଚିକିତ୍ସା ଜାରି ରହିଛି।

Comments are closed, but trackbacks and pingbacks are open.