ଆନ୍ଧ୍ର ର ସମସ୍ତ ଚାଲ ଫେଲ : କୋଟିଆରେ ୬୫% ମତଦାନ

27

କୋଟିଆବାସୀ ଙ୍କ ଉପରରେ ପଡୋଶୀ ରାଜ୍ୟ ଆନ୍ଧ୍ର ର କୌଣସି ଚାଲ ପ୍ରଭାବ ପକାଇ ପାରି ନାହିଁ I ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିପୁଳ ପରିମାଣର ମତଦାନ କରି କୋଟିଆବାସୀ ପ୍ରମାଣିତକରି ଦେଇଛନ୍ତି ଯେ କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଓ ସେମାନେ ଓଡ଼ିଶାରେ ରହିବା ପାଇଁ ଚାହାନ୍ତି। କୋଟିଆରେ ସମୁଦାୟ ୧୩ଟି ବୁଥରେ ସୁରୁଖୁରୁରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଦିନ ଗୋଟାଏ ଯାଏଁ ଭୋଟ୍ ପଡିଥିଲା । ଶାନ୍ତି ଶୃଙ୍ଖଳା ସହ ୬୫% ମତଦାନ ହୋଇଥିବା ନେଇ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି। ଅପରପକ୍ଷରେ ମତଦାନ ପରେ ପଟାଙ୍ଗୀ ବିଧାୟକ ପ୍ରତିକିୟା ରଖି କହିଥିଲେ ଯେ ପଡୋଶୀ ରାଜ୍ୟ ଆନ୍ଧ୍ରର ଷଡଯନ୍ତ୍ର ବିଫଳ ହୋଇଛି। ସରକାର ଓ ସ୍ଥାନୀୟ ପ୍ରଶାସନ ପାଇଁ ଏହି ମତଦାନ ସଫଳ ହୋଇଛି। ଓଡିଶା ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ଦୃଷ୍ଟିରୁ ଆନ୍ଧ୍ର ସୀମାକୁ ସିଲ୍ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲା। ଗତବର୍ଷ ଆନ୍ଧ୍ର ଏଠାରେ ଏକତରଫା ନିର୍ବାଚନ କରିଥିଲା ।
ପଞ୍ଚାୟତ ପାଇଁ ଆଜି କୋଟିଆରେ ଶାନ୍ତି ଶୃଙ୍ଖଳା ସହ ମତଦାନ ହୋଇଛି। ମାଟି ଆଗରେ ପାର୍ଟି ପଛରେ ନାରା ଦେଉଥିବା ଜିଲାର ଆଗଧାଡ଼ିର ରାଜନେତା କୋଟିଆରେ ସର୍ବଦଳୀୟ ପ୍ରାର୍ଥୀ ମନୋନୀତ କରି ଥିଲେ। ତାଙ୍କ ବିପକ୍ଷରେ ଜଣେ ସ୍ୱାଧିନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। କୋଟିଆରେ ଏଥର ୫ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ସୂଚନା ମିଳିଛି।

Comments are closed, but trackbacks and pingbacks are open.