ପୁଣି ସେବାୟତଙ୍କ ବିବାଦ, ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

178

ଭୁବନେଶ୍ୱର : ପୁଣି ଲିଙ୍ଗରାଜଙ୍କ ନୀତି ବନ୍ଦ । ପବିତ୍ର ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ବନ୍ଦ ରହିଛି ନୀତି। ଗତକାଲି ପବିତ୍ର ପୁଷ୍ୟାଭିଷେକରେ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ  । ମକର ସଂକ୍ରାନ୍ତି ନିମନ୍ତେ ଘୃତ୍ୟ କମଳ ଲାଗି ହୁଏ । କିନ୍ତୁ ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ଯାହାକୁ ମାହାସୁଆର ନିଯୋଗ ବିରୋଧ କରିଥିଲେ ।  ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ମହାପ୍ରଭୁ ଲିଙ୍ଗରାଜଙ୍କର ଗତକାଲିଠୁ ନୀତିକାନ୍ତି ବନ୍ଦ ରହିଛି । ମହାପ୍ରଭୁ ଲିଙ୍ଗରାଜ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି ରହିଛନ୍ତି । ଏପଟେ କିନ୍ତୁ ଲୋକଙ୍କ ପାଇଁ ମନ୍ଦିର ଖୋଲା ରହିଛି । ସକାଳୁ ମଙ୍ଗଳ ଆଳତି ହେଇନାହିଁ । ସାହାଣ ମେଲା ଦର୍ଶନ ଚାଲୁଛି । ମକର ସଂକ୍ରାନ୍ତି ପାଇଁ ଲୋକେ ମନ୍ଦିର ରେ ଭିଡ଼ ଜମାଇଛନ୍ତି ।

Comments are closed, but trackbacks and pingbacks are open.