ପୁଣି ସିରିଜ ରେଳ ଦୁର୍ଘଟଣା,୬ ମୃତ

44

ବିଶାଖାପାଟଣା- ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ

ରାୟଗଡା: ପୁଣି ଏକ ସିରିଜ ରେଳ ଦୁର୍ଘଟଣା I ୩ଟି ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି । ଆଜି ସନ୍ଧ୍ୟାରେ ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି I ବିଜୟନଗର ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଏହି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ପଲାସା ପାସେଞ୍ଜର ଟ୍ରେନକୁ ପଛରୁ ପିଟିଲା ରାୟଗଡ଼ା ଯାଉଥିବା ପାସେଞ୍ଜର ଟ୍ରେନ । ଫଳରେ ପଲାସାର ଏକ ବଗି ମେନ ଲାଇନରେ ପଡିଥିଲା । ଏହି ସମୟରେ ମେନ ଲାଇନରେ ଆସୁଥିବା ଏକ ମାଲବାହୀ ଟ୍ରେନ ପଲାସା ବଗିକୁ ପିଟିଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହେବା ସହିତ ଅନେକ ଆହତ ହୋଇଛନ୍ତି I

ସୂଚନାନୁସାରେ,ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍‌ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ଟି ବିଜୟନଗ୍ରମ ଆଲ୍‌ମଣ୍ଡ ଷ୍ଟେସନ୍‌ଠାରୁ ଦୁଇ କିମି ଦୂରରେ ଛିଡ଼ା ହୋଇଥିଲା। ସେହି ଟ୍ରାକ୍‌ରେ ପଛରୁ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଧକ୍କା ଦେଇଥିଲା। ଏଥିରେ ବିଶାଖାପାଟଣା- ରାୟାଗଡ଼ା ଯାତ୍ରୀବାହୀ ଟ୍ରେନ୍ର ତିନୋଟି ବଗି ଭାଙ୍ଗି ଚୁର ମାର ହୋଇଯାଇଛି।ଏଥିରେ ବହୁ ଯାତ୍ରୀ ଆହତ ହେବା ସହିତ ଯାତ୍ରୀମାନେ ଟ୍ରେନ୍ରୁ ଓହ୍ଲାଇ ଏଣେତେଣେ ଦୌଡୁଥିବାର ଦେଖାଯାଇଥିଲା । ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ତେବେ ସଠିକ ମୃତାହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡି ନାହିଁ I

Comments are closed, but trackbacks and pingbacks are open.