ଆଉ ଦେଶରୁ ନୁହଁ ଏଥର ବିଦେଶରୁ ହେବ ଲଢେଇ !

21

ଆକ୍ସନ ମୋଡରେ ରାହୁଲ ! ଗଣତନ୍ତ୍ର ବିପଦରେ ରହିବା ପାଇଁ ମୋଦୀ ଦାୟୀ ! ରାହୁଲଙ୍କୁ ଶକ୍ତ ଝଟକା ଦେଲେ ଅନୁରାଗ ! ଦେଶକୁ ବଦନାମ କରୁଛନ୍ତି ରାହୁଲ ।ସରଗରମ ହେଉଛି ରାଜନୀତି । ବଦଳୁଛି ରାଜନୈତିକ ସମ୍ମୀକରଣ । ଥମୁନି ଆରୋପ ପ୍ରତ୍ୟାରୋପର ରାଜନିତୀ । ଗଣତନ୍ତ୍ରର ସୁରକ୍ଷା ପାଇଁ ବ୍ୟବସ୍ଥିତ ଅନୁଷ୍ଠାନର ଆବଶ୍ୟକ ହୋଇପଡ଼ିଥିବା ବେଳେ ଏବେ ଗଣତନ୍ତ୍ରର ମୌଳିକ ଢାଞ୍ଚା ବିପଦରେ ପଡ଼ିଛି । ଭାରତୀୟ ଗଣତନ୍ତ୍ରର ମୌଳିକ ଢାଞ୍ଚାକୁ ପ୍ରତିଦିନ ଆକ୍ରମଣ କରାଯାଉଛି । କେମ୍ବ୍ରିଜ ବିଶ୍ୱିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ରାହୁଲ ଗାନ୍ଧି ।

ଏହି କାର୍ଯ୍ୟକ୍ରମରେ ସେ ଭାରତର ମୋଦି ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ । ଭାରତରେ ବିଭିନ୍ନ ସଂସ୍ଥା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଥିବା କହିଛନ୍ତି ରାହୁଲ ଗାନ୍ଧି । ଏହାସହ ତାଙ୍କ ଫୋନରୁ ଗୁପ୍ତ ତଥ୍ୟ ଚୋରାଇବା କାମ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଭାରତୀୟ ଗଣତନ୍ତ୍ର ଆକ୍ରମଣର ଶିକାର ହେଉଛି । ଆମେ ଆକ୍ରମଣରୁ ରକ୍ଷା କରିବାକୁ ଚେଷ୍ଟା କରୁଛୁ । ରାହୁଲ କହିଛନ୍ତି ଯେ, ମୋ ନିଜ ଫୋନରେ ପେଗାସସ୍ ସ୍କାନରରେ ଥିଲା । ବହୁ ରାଜନେତା ସେମାନଙ୍କ ଫୋନ ପେଗାସସ୍ ନିୟନ୍ତ୍ରଣରେ ଥିଲା । ଫୋନରେ କଥା ହେବାବେଳେ ମୋତେ ସତର୍କ ରହିବାକୁ କୁହାଯାଇଥିଲା । ରାହୁଲ ଗାନ୍ଧି ଏକ ସପ୍ତାହ ଧରି ବ୍ରିଟେନ ଗସ୍ତରେ ଅଛନ୍ତି ।

ଏହି ଗସ୍ତ ଅବସରରେ ସେ କେମ୍ବ୍ରିଜ ବିଶ୍ୱିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଣତନ୍ତ୍ର ବିପଦରେ ଥିବା ଦାବି କରିବା ସହିତ ଏଥିପାଇଁ ସେ କେନ୍ଦ୍ରର ମୋଦି ସରକାରଙ୍କୁ ଦାୟୀ କରିଛନ୍ତି । ଏହାର ପ୍ରତିଉତ୍ତର ଦେଇଛନ୍ତି ଭାରତୀୟ ଜନତା ପାର୍ଟି ନେତା ଅନୁରାଗ ଠାକୁର ଶୁକ୍ରବାର ରାହୁଲଙ୍କ ବିବୃତ୍ତିକୁ ମିଥ୍ୟା ଏବଂ ଭାରତକୁ ବଦନାମ କରୁଥିବା କହିଛନ୍ତି ।

Comments are closed, but trackbacks and pingbacks are open.