ଭୁବନେଶ୍ୱର: ରାସନ କାର୍ଡ ଇ-କେୱାସୀ ପାଇଁ ଫେବୃୟାରୀ ୧୫ ରେ ପୁରିବ କଣ୍ଟ । ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ କରିନାହାନ୍ତି ଇ-କେୱାସୀ । ୬ ଦିନ ଭିତରେ ଅନ୍ୟ ଇ-କେୱାସୀ କରି ଦେବାକୁ ପୁଣି ଅପିଲ କଲେ ଯୋଗାଣ ମନ୍ତ୍ରୀ । ୧୫ ପରେ ଆଉ ଋ-କଣଉ ଅବଧି ବଢ଼ାଇବ ନାହିଁ ରାଜ୍ୟ ସରକାର । ତାପରେ ବି ଯେଉଁମାନେ ଇ-କେୱାସୀ କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ । ଇ-କେୱାସୀ ନକଲେ ସେହି କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତଥାପି ଯଦି ଅଯୋଗ୍ୟ ମାନେ କାର୍ଡ ନଫେରାଇଲେ, ସରକାର କଠୋର କାର୍ୟ୍ୟାନୁଷ୍ଠାନ ନେବେ ବୋଲି ଚେତାଇ ଦେଲେ ମନ୍ତ୍ରୀ । ନୂଆ ଲୋକଙ୍କୁ ଯୋଡ଼ା ଯିବ । ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି । ଏନେଇ ଯୋଗାଣ ମନ୍ତ୍ରୀ କୃୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପ୍ରାୟ ୮ ଲକ୍ଷ ଆୟକର ଦେଉଥିବା ଲୋକ କାର୍ଡ ନେଇଥିଲେ ବି ରିପୋର୍ଟ ଆସିଛି । ସେମାନେ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ କାର୍ଡ ନେଇଥିଲେ । ଏହାର ରିପୋର୍ଟ ମନ୍ତ୍ରୀଙ୍କର ହସ୍ତଗତ ହୋଇଛି । ଏ ନେଇ ଅଧିକାରୀ ମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହି କାର୍ଡ ଗୁଡ଼ିକ ମଧ୍ୟ କଟିବ । ଅଯୋଗ୍ୟ ହିତାଧିକାରୀ କାର୍ଡ ନେବା ନେଇ ଲିଖିତ ଅଭିଯୋଗ କଲେ, ଆକ୍ସନ ହେବ ବୋଲି କହିଲେ ମନ୍ତ୍ରୀ । ଚାକିରି କରିଥିବା ବା ଆୟକର ଦେଉଥିବା ଏବେ ସୁଦ୍ଧା ୧୨ ହାଜର ଅଯୋଗ୍ୟ ରାସନ କାର୍ଡ ଫେରାଇ ସାରିଲେଣି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।
Comments are closed, but trackbacks and pingbacks are open.